୩ ମାସରେ ସରିବ ଜମି ଅଧିଗ୍ରହଣ

ପୁରୀ ଅଫିସ,୧୮ା୧୦: ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚୟ ପାଇବ ଶ୍ରୀକ୍ଷେତ୍ର। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ ସେବା ଓ ସୁବିଧା। ରାଜ୍ୟ ସରକାରଙ୍କ ସ୍ବପ୍ନର ପୁରୀକୁ ବାସ୍ତବ ରୂପ ଦେବା ଲାଗି ପ୍ରସ୍ତୁତ କରାଯାଇଛି ଦୀର୍ଘମିଆଦୀ ରୋଡ୍‌ ମ୍ୟାପ। ଏତଦ୍‌ବ୍ୟତୀତ ଶ୍ରୀସେତୁ ଓ ଶ୍ରୀମନ୍ଦିର ଐତିହ୍ୟ କରିଡର ଭଳି ମେଗା ପ୍ରକଳ୍ପ ବି ଏଥିରେ ସାମିଲ ଅଛି। ପୁରୀର ଏହିସବୁ ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡରର ଅନୁଧ୍ୟାନ କରିବା ସହ ଚତୁଃପାର୍ଶ୍ୱରେ ହୋଇଥିବା ଉଚ୍ଛେଦକୁ ବୁଲି ଦେଖିଛନ୍ତି।
ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚତ୍ଥିଲେ। ଦୂରରୁ ପତିତପାବନଙ୍କୁ ଦର୍ଶନ କରିବାପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କାମ ଚାଲି ଚାଲି ବୁଲି ଦେଖିଥିଲେ। ମଙ୍ଗୁ ମଠ ସମ୍ମୁଖ ଏବଂ ଏମାର ମଠ ପାର୍ଶ୍ୱଦେଇ କାକୁଡ଼ିଖାଇ ମନ୍ଦିର ଛକକୁ ଯାଇଥିଲେ। ସେଠାରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର, ଗାଣ୍ଡୁଆ ଚଉରା ଛକ, ପଶ୍ଚିମ ଦ୍ୱାର, ଗଡ଼ନ୍ତି ଛକ, ଉତ୍ତର ଦ୍ୱାର ଓ ଦୋଳବେଦି କୋଣ ଦେଇ ଲଙ୍ଗୁଳି ମଠ ନିକଟକୁ ବାହାରିଥିଲେ। ଦକ୍ଷିଣ ଦ୍ୱାର ନିକଟ ପଞ୍ଜାବୀ ମଠ, ଗାଣ୍ଡୁଆ ଚଉରା ନିକଟ ନେପାଳ ଭବନ ଓ ମେଘନାଦ ପାଚେରିକୁ ଲାଗି ରହିଥିବା ବିଦ୍ୟୁତ୍‌ ଅଫିସକୁ ଯାଇଥିଲେ। ଶ୍ରୀମନ୍ଦିର ଚୌହାଦିର ୭୫ମିଟର ପରିଧି ମଧ୍ୟରେ ଏସବୁ ପ୍ରତିଷ୍ଠାନ କାହିଁକି ରହିଛି ବୋଲି ନିକଟରେ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ପରେ ଅବଢ଼ା ଯୋଜନାର କାର୍ଯ୍ୟକାରିତା ନେଇ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ। ଆସନ୍ତା ଜାନୁୟାରୀ ୧ତାରିଖ ସୁଦ୍ଧା ଜମି ଅଧିଗ୍ରହଣ ଶେଷ କରିବା ସହ ଜଗନ୍ନାଥ ଐତିହ୍ୟ କରିଡର କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ଏଥିସହ ବୃଦ୍ଧାବୃଦ୍ଧ ଏବଂ ଭିନ୍ନକ୍ଷମଙ୍କ ସୁରକ୍ଷିତ ଶ୍ରୀମନ୍ଦିର ପରିକ୍ରମା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଭକ୍ତମାନେ ବିନା ବାଧାରେ ଯେପରି ସିଂହଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ସେନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ସହ ବହୁ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ସହ ସେମାନଙ୍କ ଜିନିଷପତ୍ର ଯେପରି ସୁରକ୍ଷିତ ରହିପାରିବ ସେନେଇ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନୟନ କାର୍ଯ୍ୟର କାମ କେମିତି ଚାଲିଛି ତାହା ଅନୁଧ୍ୟାନ କରିବା ଲାଗି ପୁରୀ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯାଇଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲିବା ସମୟରେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂ, ଡିଆଇଜି ଆଶିଷ ସିଂ, ଏସ୍‌ପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ୩ ମାସ ମଧ୍ୟରେ ବାକି ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବ। ଏହାପରେ ତୁରନ୍ତ ଉନ୍ନତୀକରଣ କାମ ଆରମ୍ଭ କରାଯିବ। ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଯାହା ଲକ୍ଷ୍ୟ ରହିଛି ସେହି ଅନୁଯାୟୀ ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇଯିବ। ପୁରୀର ୭ଟି ବଡ଼ ପ୍ରକଳ୍ପ ମଧ୍ୟରୁ ୨ଟିର କାମ ଆରମ୍ଭ ହୋଇଥିବାବେଳେ ଆଉ ୫ଟିର କାମ ୩ମାସ ମଧ୍ୟରେ ଆରମ୍ଭ କରାଯିବ ବୋଲି କ୍ରିଷନ କୁମାର କହିଛନ୍ତି ।
ସୂଚନାଥାଉ କି, ଗତ ଜାନୁୟାରୀ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶ ପାଇଁ ୭ଟି ମେଗା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ମହାମାରୀ କରୋନା ଯୋଗୁ ଏହି ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଥିଲା। ଇତିମଧ୍ୟରେ କିଛି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି। ନିକଟରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଏବଂ ଶ୍ରୀସେତୁ (ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍‌) ପାଇଁ ଜମି ଅଧିଗ୍ରହଣ ଜନଶୁଣାଣି ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri