୩ ମହଲାରୁ ଖସି ଯୁବକଙ୍କ ଜୀବନ ଗଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ ଅଫିସ,୩୦ା୫: ସ୍ଥାନୀୟ ନୂଆବଜାରସ୍ଥିତ ଏକ ନର୍ସିଂହୋମ୍‌ରେ ସୁଇପର ଭାବେ କାମ କରୁଥିବା ମହେଶ୍ୱର ଦାସ(୩୫)ଙ୍କ କୌଣସି କାରଣରୁ ୩ ମହଲାରୁ ଖସିପଡ଼ି ମୃତ୍ୟୁ ଘଟିଛି। ସୂଚନା ମୁତାବକ, ମହେଶ୍ୱରଙ୍କ ଘର କୁପାରୀ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କର ସ୍ତ୍ରୀ ଓ ଝିଅ ଅଛନ୍ତି । ଖବର ଲେଖାହେଲା ବେଳକୁ ପରିବାର ଲୋକ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ମହେଶ୍ୱରଙ୍କୁ କେହି ଠେଲି ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ତେବେ ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।