୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ନାରାୟଣ ବସ୍ତିର ଦୟାନିଧି ବରାଡ଼ (୩୭), ଖଣ୍ଡଗିରି ଥାନା ଶିରିପୁରର ପ୍ରଭାତ କୁମାର ଚୌହାନ (୩୫) ଓ ମୟୂରଭଞ୍ଜର ସୂଯର୍ର୍‌ୟକାନ୍ତ ଘଡ଼େଇ (୨୩)। ସେମାନଙ୍କ ନିକଟରୁ ୫୬ ଗ୍ରାମ ବ୍ରାଉନସୁଗାର ସହ ୪ ମୋବାଇଲ ଫୋନ୍‌ ଓ ଗୋଟିଏ କାର ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ସୂଚନା ମୁତାବକ, ମଙ୍ଗଳବାର ରାତି ୮ଟାରେ ଭରତପୁର ଛକ ନିକଟରେ ୩ଜଣ ଯୁବକ ଏକ କାରରେ ଆସି ବ୍ରାଉନସୁଗାର ବିକ୍ରି କରୁଥିବାନେଇ କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ଥିଲା। ପରେ ମିଳିତ ଟିମ୍‌ ସେଠାରେ ଚଢଉ କରି ୩ଜଣଙ୍କୁ ଧରିଥିଲା। ଏନେଇ ଏକ ମାମଲା (ନଂ.୬୫୭/୧୯) ରୁଜୁ କରି ବୁଧବାର ସେମାନଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ୩ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।