୩ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅନୁଦାନ ଅର୍ଥକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍‌ ଜାରି କରାଯାଇଛି। ଉତ୍କଳ, ରମାଦେବୀ ଏବଂ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଏହି ନୋଟିସ୍‌ ହୋଇଛି। ରୁସା ପକ୍ଷରୁ ମିଳିଥିବା ସହାୟତା ରାଶି ଠିକ୍‌ ଉପାୟରେ ଖର୍ଚ୍ଚ ହୋଇ ନ ଥିବା କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ଏହି ନୋଟିସ୍‌ ଜାରି କରାଯାଇଛି। ସୂଚନାଯୋଗ୍ୟ, କ୍ୟାମ୍ପସରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ତିନି ବିଶ୍ୱବିଦ୍ୟାଳୟକୁ ରୁସା ପକ୍ଷରୁ ଅନୁଦାନ ମିଳିଥିଲା। କିନ୍ତୁ ଏହି ଅର୍ଥ ବିନିଯୋଗରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏକ ଟିମ୍‌ ଯାଞ୍ଚ କରି ଇତିମଧ୍ୟରେ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି।