୩ ବଖରା ଗଳିଗଲା

ଖଲ୍ଲିକୋଟ,୧୪ା୧୦(ଡି.ଏନ.ଏ.)-ଖଲ୍ଲିକୋଟ ବ୍ଲକ ମାଣିକ୍ୟପୁର ପଞ୍ଚାୟତ ମାଟିଆ ସାହିରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଭସ୍ମୀଭୂତ ହୋଇଯାଇଛି । ଗ୍ରାମର ବାଉରୀ ପ୍ରଧାନ, ଜଗନ୍ନାଥ ପ୍ରଧାନ ଓ ସଙ୍କୁଳି ପ୍ରଧାନଙ୍କ ଘର ଜଳିଯାଇଛି। ନିଆଁ କିଭଳି ଲାଗିଲା ତାହା ଜଣାପଡ଼ିନାହିଁ। ଏହି ୩ ପରିବାରର ଚାଳଘର ସହ ଧାନ, ଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ । ସୋମବାର ସ୍ଥାନୀୟ ତହସିଲଦାର ଚିତ୍ତରଞ୍ଜନ ମହାନ୍ତଙ୍କ ନିର୍ଦ୍ଦେଶକ୍ରମେ କହ୍ନେଇପୁର ଆରଆଇ ପଲିଥିନ ଓ କିଛି ବ୍ୟବହାରିକ ସାମଗ୍ରୀ ଯୋଗାଇଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ଜନ ପ୍ରତିନିଧି ବିପନ୍ନଙ୍କ ପାଖରେ ପହଞ୍ଚତ୍ ନ ଥିବା ବିପନ୍ନମାନେ କହିଛନ୍ତି । ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।