Posted inଫୁରସତ

୩ ଫୁଟ ବରକୁ ୩ ଫୁଟ କନ୍ୟା

ଲକ୍ଷ୍ନୌ: କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ। ଯିଏ ଯାହା ପାଇଁ ତାକୁ ଭଗବାନ ସ୍ଥିର କରିଥାନ୍ତି। ଉତ୍ତରପ୍ରଦେଶର ମିରଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାରେ ରହିଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲାକେ ଚିନ୍ତାରେ ପଡ଼ିଥିବା ବେଳେ ୩ ଫୁଟର ବର ଫିରୋଜଙ୍କ ଭାଗ୍ୟ କିନ୍ତୁ ଚମକିଛି। ତାଙ୍କୁ ସମାନ ଉଚ୍ଚତା ଅର୍ଥାତ ୩ ଫୁଟର କନ୍ୟା ମିଳିଯାଇଛନ୍ତି। ଦୁଇଜଣଙ୍କ ପରିବାରବର୍ଗ କହିଛନ୍ତି, ଏମାନଙ୍କ ଉଚ୍ଚତା ଏତେ ଛୋଟ ଥିବାରୁ ବିବାହ ପାଇଁ ଅନେକ ସମସ୍ୟା ଦେଖା ଦେଉଥିଲା। ଏବେ ଦୁହିଁଙ୍କ ଯୋଡ଼ି ଦେଖି ଲୋକେ କହୁଛନ୍ତି, ଉପରବାଲା ତିଆରି କରିଛନ୍ତି। ଏଥିରେ ବନ୍ଧୁ ପରିଜନ ବହୁତ ଖୁସି। ୩ ଫୁଟ ଫିରୋଜଙ୍କ ପାଇଁ କନ୍ୟାପାତ୍ର ଖୋଜିବା ତାଙ୍କ ପରିବାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା। କାରଣ ଯେତେ ବାହାଘର ପ୍ରସ୍ତାବ ଆସୁଥିଲା ଉଚ୍ଚତା କମ୍‌ ଯୋଗୁ ଭାଙ୍ଗି ଯାଉଥିଲା। ହଠାତ୍‌ ତାଙ୍କର ଜଣେ ବନ୍ଧୁଙ୍କ ଭାଉଜ ତାଙ୍କୁ ଦେଖିଲେ ଏବଂ ତାଙ୍କର ୩ ଫୁଟ ଉଚ୍ଚତାର ଭଉଣୀଙ୍କ ପାଇଁ ପ୍ରସ୍ତାବ ଦେଲେ। ପରେ ଦୁଇ ପରିବାର ଏକାଠି ବସି ବିବାହ ସ୍ଥିର କଲେ। ଦୁଇମାସ ପୂର୍ବରୁ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଅପେକ୍ଷା କରିବାକୁ ପଡ଼ିଥିଲା। ଏବେ ଏହି ବିବାହ ସମ୍ପନ୍ନ ହୋଇଛି।
ଲିସାଡି ଗେଟ୍‌ ଥାନା ଅନ୍ତର୍ଗତ ଲଖିପୁରା ନିବାସୀ ବର ଫିରୋଜ ଏହି ବିବାହକୁ ନେଇ ବହୁତ ଖୁସି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri