Posted inଜାତୀୟ

୩ ନମ୍ବର ଜେଲକୁ ଦୋଷୀ ସ୍ଥାନାନ୍ତର: ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୭।୧(ପି.ଟି.):ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୪ ଅପରାଧୀଙ୍କୁ ଗୁରୁବାର ତିହାର ଜେଲ୍‌ କମ୍ପ୍ଲେକ୍ସର ୩ ନମ୍ବର ଜେଲ୍‌କୁ ନିଆଯାଇଛି, ଯେଉଁଠି ସେମାନଙ୍କୁ ଫାଶୀ ଦିଆଯିବ। ଅପରାଧୀ ବିନୟ ଶର୍ମା, ଅକ୍ଷୟ କୁମାର ସିଂ, ମୁକେଶ ସିଂ ଓ ପଓ୍ବନ ଗୁପ୍ତାଙ୍କୁ ୨୨ରେ ଫାଶୀ ଦିଆଯିବାକୁ ଥିଲା। ତେବେ ମୁକେଶ ରାଜକ୍ଷମା ଆବେଦନ କରିବାରୁ ଫାଶୀ ବିଳମ୍ବ ହେବ ବୋଲି ଦିଲ୍ଲୀ ସରକାର ବୁଧବାର ହାଇକୋର୍ଟଙ୍କୁ ଜଣାଇଥିଲେ। ଏପର୍ଯ୍ୟନ୍ତ ବିନୟ ଶର୍ମା ୪ ନମ୍ବର ଜେଲ୍‌ରେ ରହିଥିବାବେଳେ ଅନ୍ୟ ୩ ଜଣଙ୍କୁ ୨ ନମ୍ବର ଜେଲ୍‌ରେ ରଖାଯାଇଥିଲା।
୪ ଅପରାଧୀଙ୍କୁ ଫାଶୀଦେବା ସମ୍ପର୍କିତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀର ଏକ ଅଦାଲତ ଗୁରୁବାର ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀ କ୍ଷମା ଆବେଦନ କରିଥିବାରୁ ଫାଶୀଦେବା ପାଇଁ ସାନି ତାରିଖ ଜାରି କରିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କ ପାଖକୁ ପତ୍ର ଲେଖିବା ପରେ ଅତିରିକ୍ତ ଦୌରା ଜଜ୍‌ ସତୀଶ କୁମାର ଆରୋରା ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିବାରୁ ଫାଶୀ ତାରିଖ ସ୍ଥଗିତ ରଖିବାକୁ ଅନ୍ୟତମ ଅପରାଧୀ ମୁକେଶ କୁମାର ସିଂଙ୍କ ଓକିଲ ଅଦାଲତରେ ଆବେଦନ କରିଥିଲେ।
ଅନ୍ୟପକ୍ଷରେ ମୁକେଶଙ୍କ କ୍ଷମା ଆବେଦନ ଖାରଜ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିସ କରିଛନ୍ତି। ପିଟିଶନ୍‌ର ତର୍ଜମା କରାଯାଉଛି ଓ ଖୁବ୍‌ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଫାଶୀ ବିଳମ୍ବକୁ ନେଇ ଭାଜପା-ଏଏପି ବାକ୍‌ଯୁଦ୍ଧ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ନେଇ ଏଏପି ଏବଂ ଭାଜପା ପରସ୍ପରକୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ସରକାର ମାମଲାକୁ ଅଧିକ ଜଟିଳ କରିବା ସହ ଅପରାଧୀମାନଙ୍କୁ ସମବେଦନା ଜଣାଉଥିବା ଭାଜପା ଅଭିଯୋଗ କରିଛି। ଅନ୍ୟପକ୍ଷରେ ଭାଜପା ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଏଏପି ଅଭିଯୋଗ କରିବା ସହ ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ଅଧୀନରେ ବୋଲି କହିଛି। ଦିଲ୍ଲୀ ସରକାରଙ୍କ ଅବହେଳାରୁ ଅପରାଧୀଙ୍କୁ ଫାଶୀ ଦିଆଯାଇପାରିଲାନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଭାଜପା ନେତା ମିଛ କହିବା ସହ ଅଣସମ୍ବେଦନଶୀଳ ମନ୍ତବ୍ୟ ଦେଉଛନ୍ତି ବୋଲି ଏଏପି ନେତା ସଞ୍ଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri