୩ ଦିନ ପାଇଁ ସିଲ୍‌ ହେଲା ରିମ୍ସର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟ

ରାଞ୍ଚି,୧।୫: ରାଞ୍ଚିରେ ଥିବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ରିମ୍ସ)ର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟକୁ ୩ ଦିନ ପାଇଁ ସିଲ୍‌ କରିଦିଆଯାଇଛି। ସେଠାରେ ଜଣେ ଲାବୋରୋଟୋରୀ ଟେକ୍ନିସିଆନ୍‌ କରୋନାରେ ପୀଡିତ ଥିବା ଏପ୍ରିଲ ୩୦ ଅର୍ଥାତ୍‌ ଗୁରୁବାର ଜଣାପଡିବା ପରେ ଶୁକ୍ରବାରଠାରୁ ୩ ଦିନ ପାଇଁ ଏହାକୁ ସିଲ୍‌ କରାଯାଇଛି। ଏହି ସମୟରେ ସେଠାରେ କରୋନା ଟେଷ୍ଟ କରାଯିବ ନାହିଁ ବୋଲି ରିମ୍ସର ନିର୍ଦ୍ଦେଶକ ଡାକ୍ତର ଡିକେ ସିଂ କହିଛନ୍ତି। ସେଠାରେ ଥିବା ନମୁନାକୁ ଅନ୍ୟ ଲ୍ୟାବକୁ ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

Share