୩ ଟ୍ରେନ୍‌ରେ ଫେରିଲେ ୪୬୬୪ ପ୍ରବାସୀ

ଛତ୍ରପୁର,୧୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସମେତ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଜଗନ୍ନାଥପୁର ଷ୍ଟେଶନକୁ ଆସିବାରେ ଲାଗିଛନ୍ତିି। ଶନିବାର ମଧ୍ୟ ପ୍ରବାସୀମାନେ ଟ୍ରେନ୍‌ ଯୋଗେ ଉକ୍ତ ଷ୍ଟେଶନରେ ଆସି ପହଞ୍ଚଛନ୍ତି। ଭୋର ୫ଟା ୩୦ରେ ସୁରଟରୁ ୧୭୪୨ ଜଣଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ଟ୍ରେନ୍‌ ପହଞ୍ଚତ୍ଥିଲା। ସେଥିରେ ଗଞ୍ଜାମ ଜିଲା ୧୯ ବ୍ଲକ ୧୭୦୦ ଜଣ ରହିଥିବା ବେଳେ ବାଲେଶ୍ୱରର ୨ଜଣ, ଭଦ୍ରକର ୯, କଟକର ୬, ଯାଜପୁରର ୬, ଖୋର୍ଦ୍ଧାର ୨, ନୟାଗଡର ୫, ପୁରୀ ୧୦, ସମ୍ବଲପୁରର ଜଣେ ଏବଂ ବିହାରର ଜଣେ ରହିଥିଲେ।
ସେହିପରି ସୁରଟରୁ ଦ୍ୱିତୀୟ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ୧୧୯୯ ପ୍ରବାସୀଙ୍କୁ ନେଇ ଉକ୍ତ ଷ୍ଟେଶନରେ ପହଞ୍ଚିିଥିଲା। ଏଥିରେ ଗଞ୍ଜାମ ଜିଲାର ୨୨ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୭୯୬ ଜଣ ଥିବାବେଳେ ଗଜପତିର ୬୨, କଳାହାଣ୍ଡିର ୧୦୪, କନ୍ଧମାଳର ୨୪, କୋରାପୁଟର ୧୭, ମାଲକାନଗିରିର ୩୮, ନବରଙ୍ଗପୁରର ୨୭, ନୟାଗଡର ୧୯, ରାୟଗଡାର ୯୭, ସୁନ୍ଦରଗଡର ୧୧ ଏବଂ ଅନ୍ୟ ରାଜ୍ୟର ୪ ପ୍ରବାସୀ ରହିଥିଲେ।
ସୁରଟରୁ ତୃତୀୟ ଟ୍ରେନ୍‌ ଅପରାହ୍ନ ୨ଟା ୩୦ରେ ୧୭୨୩ ଜଣ ପ୍ରବାସୀଙ୍କୁ ନେଇ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଥିଲା। ସେଥିରେ ଗଞ୍ଜାମ ୨୧ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମର ୧୬୭୦, ଅନୁଗୋଳର ୨, କଟକ ୪, ଢେଙ୍କାନାଳ ୫, ଗଜପତିର ୨, ଖୋର୍ଦ୍ଧାର ୧୧, କେନ୍ଦ୍ରାପଡା ୪, ନୟାଗଡ ୧୧ ଓ ପୁରୀର ୧୪ ପ୍ରବାସୀ ରହିଥିଲେ। ପ୍ରବାସୀ ପହଞ୍ଚିବା ପରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ରିପୋର୍ଟ ଲେଖାହେବା ସୁଦ୍ଧା ୩ ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେଶନକୁ ଆସିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri