Categories: ଜାତୀୟ

୩ ଜଣ ଯାତ୍ରୀଙ୍କୁ ନେଇ ୧୫ ଶହ ୮୧ କିମି ଯାତ୍ରା କଲା ଟ୍ରେନ୍‌

ଫିରୋଜପୁର,୨୦।୧୦: ପାର୍ବଣ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ପେଶାଲ ଟ୍ରେନ୍‌ ଯାତ୍ରା କରିଥାଏ। ଚଳିତ ପାର୍ବଣ ଋତୁରେ ପଞ୍ଜାବର ଫିରୋଜପୁରରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ୍‌ ଆରମ୍ଭ ହୋଇଛି। ଶୁକ୍ରବାର ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଛି। ଏହାର ପ୍ରଥମ ଯାତ୍ରାରେ ଟ୍ରେନ୍‌ଟି କେବଳ ୩ ଜଣ ଯାତ୍ରୀଙ୍କୁ ନେଇ ୧୫ଶହ ୮୧ କିମି ଅତିକ୍ରମ କରି ରବିବାର ଲକ୍ଷ୍ୟସ୍ଥଳରେ ପହଞ୍ଚିଛି। ଏହାର ୧୬ଟି କୋଚ୍‌ ସମ୍ପୂର୍ଣ୍ଣ ଖାଲି ରହିଥିଲା। ଟ୍ରେନ୍‌ରେ ରେଳ ବିଭାଗ କର୍ମଚାରୀ ରହିଥିଲେ। ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ଆବଶ୍ୟକ ସୂଚନା ଦିଆଯାଇ ନ ଥିବାରୁ ଏପରି ହୋଇଥିବା କୁହାଯାଉଛି। ଟ୍ରେନ୍‌ଟି ଏହାର ଶେଷ ଯାତ୍ରା ନଭେମ୍ବର ୧ରେ ଫିରୋଜପୁରରୁ ଆରମ୍ଭ କରି ନଭେମ୍ବର ୩ରେ ଦରଭଙ୍ଗାରେ ପହଞ୍ଚିବ।

Share