Categories: ଜାତୀୟ

୩ ଗୁପ୍ତଚର ଧରାପଡ଼ିଲେ: ପାକିସ୍ତାନକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ହିସାର,୩।୮: ହରିୟାଣାର ହିସାରରୁ ୩ ଗୁପ୍ତଚର ଧରାପଡ଼ିଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାର ସୂଚନା ଆଧାରରେ ରାଗିବ୍‌, ମେହତାବ୍‌ ଏବଂ ଖାଲିଦଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋବାଇଲ୍‌ ଫୋନ୍‌ ଓ କିଛି ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫ୍‌ ମଧ୍ୟ ଜବତ କରାଯାଇଥିବା କୁହାଯାଉଛି। ସେନାର ଗୋଇନ୍ଦା ବିଭାଗ ଏବଂ ସେନା ପୋଲିସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି। ମେହତାବ୍‌ ମୁଜାଫରପୁରରେ ରହୁଥିବାବେଳେ ଖାଲିଦ୍‌ ଶାମଲିର ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି।

Share