୩ କର୍ମଚାରୀରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଭୋଗରାଇ, ୧୭।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆବଶ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ପାରିପାର୍ଶ୍ୱିକ ସବୁଜ ସୁନ୍ଦର ଗଢ଼ି ତୋଳିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କଠାରେ ଦାବି ହୋଇଆସୁଥିଲା। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଧାୟକ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ। ଡା. ଚିନ୍ମୟ କୁମାର ପରିଡ଼ା ଏହି ଡାକ୍ତରଖାନାରେ ୨ବର୍ଷ ଧରି ରୋଗୀସେବା କରିଆସୁଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଡାକ୍ତରଙ୍କ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିଥିବାର ଅଭିଯୋଗ କରି ଡାକ୍ତରଖାନା ଗେଟ୍‌ ସମ୍ମୁଖରେ ଟାୟାରଜାଳି ନାରାବାଜି ପ୍ରଦର୍ଶନ କରିଥିଲେ। ପ୍ରଥମେ ଡାକ୍ତର ମାଡ଼ ମାରିବା ନେଇ ଭୋଗରାଇ ଥାନାରେ ଅଭିଯୋଗ ହୋଇଥିଲା। ଡାକ୍ତର ଏହି ଘଟଣାକୁ ଅସ୍ବୀକାର କରିବା ସହ ପ୍ରତିପକ୍ଷଙ୍କ ବିରୋଧରେ ଅନ୍ୟ ଏକ ଅଭିଯୋଗ ଥାନାରେ ଦେଇଥିଲେ। ଥାନାରେ ପରସ୍ପର ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସେହିଦିନ ଠାରୁ ଡାକ୍ତର କାର୍ଯ୍ୟରେ ଯୋଗ ନ ଦେଇ ଛୁଟିରେ ଯାଇଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି।
ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସୁଲତାନପୁର, ସୁନାଧରବସାଣ, ଭୋଗରାଇ, ରସଲପୁର, କୁମ୍ଭୀରଗଡ଼ି, ଜୟରାମପୁର, ଗୋପୀନାଥପୁର ପଞ୍ଚାୟତର ୭ ହଜାର ଗରିବ ରୋଗୀ ସେବା ପାଇଁ ଆସୁଥିଲେ। ଡାକ୍ତର କାର୍ଯ୍ୟରେ ଯୋଗ ନ ଦେବାରୁ ସ୍ବାସ୍ଥ୍ୟସେବା ଏକପ୍ରକାର ବେହାଲ ହୋଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ବ୍ରଜଦୁଲାଲ କର, ଡେପୁଟେଶନରେ ଥିବା ଫାର୍ମାସିଷ୍ଟ ଦାଣ୍ଡ ହେମ୍ବ୍ରମ ଓ ଚତୁର୍ଥଶ୍ରେଣୀ କର୍ମଚାରୀ ଦୁଃଶାସନ ଘଡ଼ାଇ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନ ଥିବାରୁ ରୋଗୀମାନେ ନିରାଶ ହୋଇ ଫେରିଯାଉଛନ୍ତି। ଆୟୁଷ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ କହିବାନୁଯାୟୀ ଦୈନିକ ଏହି ଡାକ୍ତରଖାନାରେ ଦେଢ଼ଶହ ରୋଗୀ ଡାକ୍ତର ସେବା ଯୋଗାଇ ଆସୁଥିବାବେଳେ ଡାକ୍ତରଙ୍କ ଅନୁପସ୍ଥିତି ରୋଗୀଙ୍କୁ ପ୍ରଭାବିତ କରିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିବେଶ ସ୍ବଚ୍ଛତାରେ ରାଜ୍ୟସ୍ତରୀୟ ‘କାୟାକଳ୍ପ’ ପୁରସ୍କାର ପାଇବାରେ ମନୋନୀତ ହୋଇଛି। ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀ ସେବା ବ୍ୟାହତ ହେଉଛି ବୋଲି ସ୍ଥାନୀୟ ସରପଞ୍ଚ ସ୍ବୀକାର କରିଥିବାବେଳେ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟମାନେ ଥାନାରୁ ମାମଲା ପ୍ରତ୍ୟାହାର କରି ମାନବିକତାର ପରିଚୟ ଦେବାକୁ ସ୍ଥାନୀୟ ସରପଞ୍ଚ ପ୍ରବୀର କୁମାର ଗିରି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri