Categories: ଜାତୀୟ

୩ ଆଇଏସ୍‌ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୨୬ା୧୧: ଆଇଏସ୍‌ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ୩ ଆତଙ୍କବାଦୀଙ୍କୁ ବିସ୍ଫୋରକ ସହ ଦିଲ୍ଲୀ ପୋଲିସ ଆସାମ୍‌ର ଗୋଲ୍‌ପାରାରୁ ଗିରଫ କରିଛି। ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଏମାନେ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଗିରଫ ରଣଜୀତ ଅଲି, ମୁକଦର ଓ ଜମିଲ୍‌ଙ୍କୁ ହେପାଜତ୍‌କୁ ନିଆଯାଇ ଜେରା କରାଯାଉଛି। ଏମାନଙ୍କଠାରୁ ଆଇଇଡି ଜବତ କରାଯାଇଥିବା ସ୍ପେଶାଲ ସେଲ୍‌ ଡିସିପି ପ୍ରମୋଦ ସିଂ କୁଶ୍‌ଓ୍ବାହ ପ୍ରକାଶ କରିଛନ୍ତି। ଦିଲ୍ଲୀ ପୋଲିସ ଓ ଆସାମ ପୋଲିସର ମିଳିତ ଅପରେଶନ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି।

Share