୩୯ ମୃତକ ଚାଇନା ନାଗରିକ

ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍‌ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ ପୋଲିସ କିମ୍ବା ଚାଇନା ଦୂତାବାସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବୁଧବାର ଲଣ୍ଡନର ଗ୍ରେସ୍‌ ଅଞ୍ଚଳରୁ ଉକ୍ତ ଟ୍ରକ୍‌ ଜବତ ହୋଇଥିଲା। ମୃତକମାନଙ୍କ ପରିଚୟ ସଂଗ୍ରହ ଲାଗି ସ୍ଥାନୀୟ ଏସେକ୍ସ ପୋଲିସ ଓ ଇମିଗ୍ରେଶନ ଅଧିକାରୀମାନେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଟ୍ରକ୍‌କୁ ଏକ ନିରାପଦ ସ୍ଥାନକୁ ନିଆଯାଇଛି।

Share