୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଜନସାଧାରଣ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବିଜେଡିରୁ ଟିକେଟ ପାଇ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରୁ ଟୁକୁନି ବଲାଙ୍ଗୀର ଜିଲାରେ ପ୍ରଥମ ମହିଳା ବିଧାୟିକା ଭାବେ ୨୦୧୪ରେ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ପୂର୍ବାପେକ୍ଷା ଅଧିକ ଭୋଟରେ ନିର୍ବାଚିତ ହୋଇଥିଲେ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସାମିଲ କରାଯିବା ପରେ ସେ ବଲାଙ୍ଗୀର ଜିଲାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ରେକର୍ଡ ସ୍ଥାପନ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇବାରେ ଟୁକୁନି ହେଉଛନ୍ତି ବଲାଙ୍ଗୀର ଜିଲାରୁ ଅଷ୍ଟମ। ତାଙ୍କ ପୂର୍ବରୁ ବଲାଙ୍ଗୀର ଜିଲାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ, ଡା. ରାମପ୍ରସାଦ ମିଶ୍ର, ଅଇଁଠୁ ସାହୁ, ଅନଙ୍ଗ ଉଦୟ ସିଂଦେଓ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂଦେଓ, ଯୋଗେନ୍ଦ୍ର ବେହେରା ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିଲେ। ଅପରପକ୍ଷେ ଦୀର୍ଘ ୩୯ ବର୍ଷ ପରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ମନ୍ତ୍ରୀ ପଦ ଫେରିପାଇଛି।
୧୯୮୦ରେ ଟିଟିଲାଗଡ଼ ବିଧାୟକ ଲଲିତ ମୋହନ ଗାନ୍ଧୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଜିଲାର ୫ଟି ବିଧାନସଭା ଆସନ ମଧ୍ୟରୁ ୨ଟିରେ ବିଜେଡି ବିଜୟୀ ହୋଇଛି। ଟୁକୁନିଙ୍କୁ ବରିଷ୍ଠତା, ଦଳ ପ୍ରତି ଆନୁଗତ୍ୟ, ସାଙ୍ଗଠନିକ ଦକ୍ଷତା ପାଇଁ ମନ୍ତ୍ରୀ ପଦ ମିଳିଥିବା ଆଲୋଚନା ହୋଇଛି। ଦିବଂଗତ ସ୍ବାମୀ ତଥା ରାଜ୍ୟ ଯୁବ ସମ୍ପାଦକ ଅଭିମନ୍ୟୁ ସାହୁଙ୍କୁ ହତ୍ୟା ପରେ ଟୁକୁନିଙ୍କୁ ଦଳ ୨୦୧୪ ନିର୍ବାଚନରେ ଟିଟିଲାଗଡ଼ରୁ ପ୍ରାର୍ଥୀ କରିଥିଲା। ଗୃହିଣୀରୁ ରାଜନେତା ପାଲଟିଥିବା ଟୁକୁନି ସ୍ବାମୀ ଅଭିମନ୍ୟୁଙ୍କ ସଙ୍ଗଠନ ତଥା ନବୀନଙ୍କ ଲୋକପ୍ରିୟତାକୁ ପାଥେୟ କରି ନିର୍ବାଚନକୁ ଓହ୍ଲାଇଥିବା ବେଳେ ୧୪ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇଥିଲେ।
ବୁଧବାର ଟୁକୁନିଙ୍କୁ ମନ୍ତ୍ରୀ ପଦ ମିଳିବା ପରେ ଉତ୍ସାହିତ ଶତାଧିକ ଦଳୀୟ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ଟିଟିଲାଗଡ଼ସ୍ଥିତ ହନୁମାନ ବ୍ୟାୟାମଶାଳାରେ ଥିବା ଅଭିମନ୍ୟୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ଦଳ ପକ୍ଷରୁ କାଳୀଚରଣ ପାନୁଆ, ବବୃ ରତେଇ, ରତନ ହାତୀ, ତପନ ହେର୍ଣ୍ଣା, ଦିଲୀପ ବେହେରା, ସନ୍ତୋଷ ସାହୁ, ରବି ବାଗ, ଦେବାଶିଷ ସୌରା, ବାପୁନି ପଣ୍ଡ. ପ୍ରତାପ ସିଂ, ଜନସନ ବିହାରୀ, ମୁନା ବେହେରା, ଜିତୁ ପାଢୀ, ନରେଶ ପାଢୀ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଟୁକୁନିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଟିଟିଲାଗଡ଼ରୁ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ବରିଷ୍ଠ ନେତା ପ୍ରେମ ଜୈନ, ଲାଲା ବର୍ମା, ଆଶିଷ ବେହେରା, ରଣଜିତ ପୃଷ୍ଟି, ଶମ୍ଭୁପ୍ରସାଦ ସାହୁ, ଦିଲୀପ ବାଗ, ଦୀପକ ମିଶ୍ର, ଅରୁଣ ମିଶ୍ର, ରୁଟୁ ବାଗ, ଅରୁଣ ବାଗ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ସୁନୀଲ ସାହୁ, ରାଜକିଶୋର ଡାଙ୍ଗ, ଅଶୋକ ପାଢୀ ପ୍ରମୁଖ ବହୁ ନେତା ରାଜଧାନୀ ଯାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri