୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ କରିଥିଲେ। ଏହି ଅବସରରେ ଅମିତାଭ ଫିଲ୍ମର କିଛି ଫଟୋ ଟ୍ବିଟରରେ ସେୟାର କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ରାକ୍ଷୀଙ୍କୁ ପ୍ରଥମ ଥର ପାଇଁ ଅମିତାଭଙ୍କ ମା’ ଚରିତ୍ରରେ ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ଅମିତାଭଙ୍କ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ଫିଲ୍ମର ଏକ ଗୀତ ‘ମେରେ ଅଙ୍ଗନେ ମେଁ ତୁମ୍‌ହାରା କ୍ୟା କାମ୍‌ ହୈ..’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ମାତ୍ର ଏହି ଗୀତକୁ ନେଇ ଜୟା ବଚ୍ଚନ ଅମିତାଭ୍‌ଙ୍କ ଉପରେ ସେହି ସମୟରେ ଖୁବ୍‌ ରାଗି ଯାଇଥିଲେ। ନିଜେ ଅମିତାଭ ‘କେବିସି’ ଶୋ’ରେ ଏହା କହିଥିଲେ। ସେ କହିଥିଲେ, ଏହି ଗୀତର ସୁଟିଂ ପାଇଁ ତାଙ୍କୁ ମହିଳା ପୋଷାକ ପିନ୍ଧିବାକୁ ପଡ଼ିଥିଲା। ମାତ୍ର ଏହା ଦେଖି ଜୟା ଖୁବ୍‌ ରାଗିଯାଇଥିଲେ। ମହିଳା ପୋଷାକ ପିନ୍ଧି ଗୀତ ଗାଇବା ଆପଣଙ୍କୁ ଶୋଭା ପାଉନି। ଏପରି କରିବାର ନ ଥିଲା ବୋଲି ଜୟା କହିଥିବା ଅମିତାଭ ଶୋ’ରେ ଜଣାଇଥିଲେ। ଫିଲ୍ମର ପ୍ରମୁଖ ଚରିତ୍ରରେ ଅମଜଦ୍‌ ଖାନ୍‌, ସୁରେଶ ଓବରୟ, ବିନ୍ଦୁ, ଓମ୍‌ ପ୍ରକାଶ ଏବଂ ରଞ୍ଜିତ ପ୍ରମୁଖ ଅଭିନୟ କରିଥିଲେ।

Share