Categories: ଜାତୀୟ

୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ

ଶ୍ରୀନଗର,୨୯।୮: ୩୭୦ ଉଠିବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀର ଯିବେ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌। ଶ୍ରୀନଗରରେ ସୁରକ୍ଷା ପରିସ୍ଥିତି ଏବଂ କଶ୍ମୀର ଘାଟିରେ ସ୍ଥିତି ପରଖି ଏନେଇ ସୁରକ୍ଷା ବଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇଦିଆଯାଇଥିଲା। ଏହାପରେ ଅନେକ ଯାଗାରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସର୍ଭିସ୍‌ ବନ୍ଦ କରିଦିଆଯାଇଥଥିଲା। ଏବେ ପରିସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଏବେ ଧୀରେ ଧୀରେ ପ୍ରତିବନ୍ଧକ କୋହଳ କରାଯାଉଛି।

Share