Posted inଜାତୀୟ

‘୩୭୦ ଉଚ୍ଛେଦ ସପକ୍ଷରେ ଅଧିକାଂଶ କଶ୍ମୀରୀ’

ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଶନିବାର ପ୍ରକାଶ କରିଛନ୍ତି। ପାକିସ୍ତାନର ହୀନ ଚକ୍ରାନ୍ତ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ସେଠାରେ କଟକଣା ବଳବତ୍ତର ରହିଛି। ପାକିସ୍ତାନ ମନଭାବରେ ପରିବର୍ତ୍ତନ କଲେ କଶ୍ମୀରରୁ କଟକଣା ଉଠାଇ ଦିଆଯିବ ବୋଲି ଡୋଭାଲ କହିଛନ୍ତି। ୩୭୦ର ଅର୍ଥ ସ୍ବତନ୍ତ୍ର ପାହ୍ୟା ନୁହେଁ ବରଂ ଏହା ସ୍ବତନ୍ତ୍ର ଭେଦଭାବ ଥିଲା। ଲାଗିଥିବା କଟକଣା କ୍ରମଶଃ ଉଠାଇ ଦିଆଯିବ ବୋଲି ଖବରଦାତାଙ୍କ ସହ ଆଲୋଚନାବେଳେ ସେ ପ୍ରକାଶ କରିଛନ୍ତି। ଜମ୍ମୁ, କଶ୍ମୀର ଓ ଲଦାଖର ୧୯୯ ପୋଲିସ ଜିଲା ମଧ୍ୟରୁ କେବଳ ୧୦ଟିରେ ନିଷେଧାଦେଶ ଜାରି ରହିଛି। ଅଟକ ଥିବା ରାଜନେତାଙ୍କୁ ଆଇନଗତ ଭାବେ ସମ୍ପର୍କୀୟଙ୍କୁ ଦେଖାକରିବାର ସୁଯୋଗ ଦିଆଯାଉଛି। ଆଇନଗତ ଭାବେ ସବୁ କାର୍ଯ୍ୟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ବିକାଶ ଓ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ଲାଗି ସରକାର ସଚେତନ ଅଛନ୍ତି। କେତେକ ସଂଖ୍ୟାଲଘୁ ଏଭଳି ପ୍ରକ୍ରିୟାକୁ ବିରୋଧ କରୁଥିବା ନେଇ ହେଉଥିବା ପ୍ରଚାରରେ କୌଣସି ସତ୍ୟତା ନାହିଁ। ପାକିସ୍ତାନ କଶ୍ମୀରରେ ଅସ୍ଥିରତା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ଭାରତ ବିରୋଧରେ ବିଭିନ୍ନ ମିଛ ପ୍ରଚାର ଚଳାଇଛି। କଶ୍ମୀର ଭିତରକୁ ଆତଙ୍କବାଦୀଙ୍କୁ ଛାଡ଼ି ଶାନ୍ତି ଭଙ୍ଗ କରିବାକୁ ଚାହୁଁଛି। ଅନୁପ୍ରବେଶ ଲାଗି ସୀମାରେ ୨୩୦ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି। କାର୍ଯ୍ୟରେ ସଫଳ ନ ହେଲେ ପାକିସ୍ତାନ ସେମାନଙ୍କ ଲାଗି ଚୁଡ଼ି ପଠାଇବ ବୋଲି କହି ତାତ୍ସଲ୍ୟ କରୁଛି। ଅଘଟଣ ଘଟାଇବା ଲାଗି ସେମାନଙ୍କ ପ୍ରୟାସ ଜାରି ରହିଛି। ଏହା କେବେ ସମ୍ଭବ ହେବାକୁ ଦିଆଯିବନି ବୋଲି ଡୋଭାଲ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ଓ ସ୍ଥାନୀୟ ପୋଲିସ ସେଠାରେ ନିୟୋଜିତ ଥିବାବେଳେ ସେମାନଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ। ସେଠାରେ ଆଇନଶୃଙ୍ଖଳା ରକ୍ଷା ଓ ଶାନ୍ତି ପ୍ରତିଷ୍ଠା ସେମାନଙ୍କ କାମ। ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri