୩୭୦ ଉଚ୍ଛେଦ ଯୋଗୁ ଜାତୀୟ ପୁରସ୍କାର ଜିତିବା ଖବର ଜାଣି ନ ଥିଲେ ୮ ବର୍ଷର ଶିଶୁ କଳାକାର

୬୬ତମ ଜାତୀୟ ଚଳଚ୍ଚିତୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ଘୋଷଣା କରାଯାଇଛି। ଊର୍ଦ୍ଦୁ ଫିଲ୍ମ ‘ହମିଦ୍‌’ ପାଇଁ ୮ବର୍ଷୀୟ ତହ୍ଲା ଅରଶଦ ରେଶୀଙ୍କୁ ମିଳିଛି ସର୍ବଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର। ଏଭଳି ଖୁସି ଖବର କଶ୍ମୀରରେ ରହୁଥିବା ଏହି ଶିଶୁ କଳାକାର ଜଣଙ୍କ ପ୍ରଥମେ ଜାଣି ପାରି ନ ଥିଲେ। ଫିଲ୍ମର ନିର୍ଦ୍ଦେଶକ ଏଜାଜ ଖାନ୍‌ ତାଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ ମଧ୍ୟରେ ତାହା ସମ୍ଭ ହୋଇପାରି ନ ଥିଲା। କଶ୍ମୀରେ ୩୭୦ ଉଚ୍ଛେଦ ପରେ ସେଠାରେ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଫଳରେ ଯୋଗାଯୋଗ ସମ୍ଭବ ହୋଇପାରୁ ନାହିଁ। ଫିଲ୍ମ ‘ହମିଦ୍‌’ରେ ରେଶୀ ଲିଡ୍‌ ରୋଲରେ ନଜର ଆସିଥିଲେ। ତାଙ୍କ ଚରିତ୍ରର ନାଁ ଥିଲା ହମିଦ୍‌। ହଜିଯାଇଥିବା ପିତାଙ୍କୁ ଖୋଜିବା ପାଇଁ କଶ୍ମୀରର ଏଣେତେଣେ ବୁଲୁଥାଏ ହମିଦ୍‌। ଭୁଲରେ ସେ ଫୋନରେ ୭୮୬ ନମ୍ବର କଲ୍‌ ଲଗାଇଦିଏ। ଫୋନଟି ଜେଣ ସିଆରପିଏଫ୍‌ ଯବାନଙ୍କୁ ଲାଗିଯାଏ। ପରେ ଫିଲ୍ମର କାହାଣୀଟି ଗତିଶୀଳ ହୁଏ।

Share