Categories: ଜାତୀୟ

୩୭୦ ଉଚ୍ଛେଦ ପରେ ମୋଦିଙ୍କ ପୁରୁଣା ଫଟୋ ଭାଇରାଲ

ନୂଆଦିଲ୍ଲୀ, ୫।୮: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ପରେ ଏବେ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ପ୍ରଶଂସା କରାଯାଇଛି। ତେବେ ମୋଦିଙ୍କ ଏକ ପୁରୁଣା ଫଟୋ ସୋମବାର ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏହି ଫଟୋରେ ମୋଦି କୌଣସି ଏକ ଧାରଣାରେ ବସିଛନ୍ତି। ତାଙ୍କ ପଛ ପଟେ ଏକ ବ୍ୟାନର ଲଗାଯାଇଛି। ଯେଉଁଥିରେ, ‘୩୭୦ ହଟାଓ, ଆତଙ୍କବାଦ ମିଟାଓ’ ଲେଖାଯାଇଛି। ତେବେ ଏହି ଫଟୋଟି କେଉଁଠାରେ ଉଠାଯାଇଥିଲା ତାହା ଏବେ ସ୍ପଷ୍ଟ ହୋଇନାହିଁ। ସୋମବାର ୩୭୦ ଧାରା ଉଚ୍ଛେଦ ପରେ ମୋଦିଙ୍କ ଏହି ପୁରୁଣା ଫଟୋ ଭାଇରାଲ ହୋଇଛି। ମୋଦି ଯାହା କହିଥିଲେ, ତାହା କରିଦେଖାଇଲେ ବୋଲି ୟୁଜର୍ସ ମତ ଦେଇଛନ୍ତି।

Share