Categories: ଜାତୀୟ

୩୭୦ ଉଚ୍ଛେଦକୁ ସମର୍ଥନ କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୮।୮:ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଦୁଇ ଫାଳ ହୋଇଯାଇଛି। କିଛି ନେତା ଏହାକୁ ସମର୍ଥନ କରୁଥିଲାବେଳେ ଆଉ କିଛି ନେତା ଏହାକୁ ବିରୋଧ କରୁଛନ୍ତି। କଂଗ୍ରେସର ବରିଷ୍ଠ ନେତା କରଣ ସିଂହ ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ନିଷ୍ପତ୍ତି ସରକାରଙ୍କ ଏକ ସକରାତ୍ମକ ନିଷ୍ପତ୍ତି ଏହାକୁ ନିନ୍ଦା କରିବା ଉଚିତ୍‌ ହେବ ନାହିଁ ବୋଲି ସେ କହିଛନ୍ତି।

Share