Categories: ଜାତୀୟ

୩୭୦ ଉଚ୍ଛେଦକୁ ଜେୟୁଏଚ୍‌ର ସମର୍ଥନ

ନୂଆଦିଲ୍ଲୀ,୧୩-୯: ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତିକୁ ମୁସ୍‌ଲିମ ସଙ୍ଗଠନ ଜମିୟତ୍‌ ଉଲାମା-ଇ-ହିନ୍ଦ୍‌ (ଜେୟୁଏଚ୍‌) ସମର୍ଥନ କରିଛି। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଓ ସେଠାକାର ଲୋକଙ୍କ ସ୍ବାର୍ଥ ଭାରତ ସହିତ ରହିଛି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜେୟୁଏଚ୍‌ର ବାର୍ଷିକ ସାଧାରଣ ବୈଠକରେ ଏକ ସଂକଳ୍ପନାମା ଗୃହୀତ ହୋଇଛି। କେନ୍ଦ୍ର ସରକାର ମାନବାଧିକାରକୁ ସମ୍ମାନ ଦେଇ କଶ୍ମୀରୀ ଓ ସେମାନଙ୍କ ସମ୍ପତ୍ତିର ସୁରକ୍ଷା କରନ୍ତୁ ବୋଲି ଜେୟୁଏଚ୍‌ ଅନୁରୋଧ କରିଛି। ପାକିସ୍ତାନ କଶ୍ମୀରୀମାନଙ୍କୁ ଢାଲ କରୁଥିବା ନେଇ ବୈଠକରେ ସମାଲୋଚନା କରାଯାଇଛି।

Share