୩୭ତମ ରାଇଜିଂ ଦିବସ: ମିଳିତ ସହଯୋଗରୁ ମିଳିିଛି ସଫଳତା

ବାଲେଶ୍ୱର ଅଫିସ, ୧୬।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ (ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜରେ ରବିବାର ପୂର୍ବାହ୍ନରେ ୩୭ତମ ରାଇଜିଂ ଦିବସ ପାଳିତ ହୋଇଛି। ବିପିୟୁଟିର ଭାଇସ୍‌ ଚାନ୍‌ସେଲର ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଇଟିଆର୍‌ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରି ମିଳିତ ଭାବେ କାର୍ଯ୍ୟ କରାଯାଇ ଆସୁଥିବାରୁ ଏଭଳି ସଫଳତା ହାସଲ କରାଯାଇ ପାରିଛି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଆଇଟିଆର୍‌ ନିଦ୍ଦେର୍ର୍ଶକ ବିନୟ କୁମାର ଦାସ ୨୦୧୯ରେ ପରୀକ୍ଷଣ ସଂସ୍ଥା ଦ୍ୱାରା ସମସ୍ତ କ୍ଷେପଣାସ୍ତ୍ର ପରୀକ୍ଷାରୁ ମିଳିଥିବା ସଫଳତାକୁ ଦେଶର ସ୍ବାର୍ଥ ପାଇଁ ଲଗାଯାଇପାରିଥିବା କହିଥିଲେ। ସେହିପରି ବାଲେଶ୍ୱର ଜନସାଧାରଣଙ୍କ ପାଇଁ କେତେକ ସଂସ୍ଥା ସହ ମିଶି ‘ୱାନ୍‌ ଟିମ୍‌ ବିଲିଅନ୍‌ ଡ୍ରିମ୍‌ସ’ ନାମକ ଏକ ଅନୁଷ୍ଠାନ ଗଠନ କରି ବିଭିନ୍ନ ସମୟରେ ବୃକ୍ଷରୋପଣ କରି ସବୁଜ ବନାନୀ ସୃଷ୍ଟି କରିବା, ସ୍ବଚ୍ଛ ଭାରତ ମିଶନ, ରକ୍ତଦାନ ଓ ସ୍ବାସ୍ଥ୍ୟ ଶିବିର ଆୟୋଜନ ସମତେ ବିଭିନ୍ନ ସଚେତନତା ଶିବିର କରାଯାଇ ଆସୁଛି ବୋଲି କହିିଥିଲେ।
ୱାର୍କସ କମିଟି ଅଧ୍ୟକ୍ଷ ଅନୁପ କୁମାର ସାହୁ ଓ ସମ୍ପାଦକ ଏସ୍‌.କେ. ରାଉତ, ରାଇଜିଂ ଦିବସ କମିଟିର ଅଧ୍ୟକ୍ଷ ଏମ୍‌. କେ. ପାଲ, ଉପାଧ୍ୟକ୍ଷ ଏସ୍‌.ସି. ପାତ୍ର, ମଧୁସ୍ମିତା ମହାନ୍ତି ଓ ଜୟଶଙ୍କର ଭାରତୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହ କାର୍ଯ୍ୟକ୍ରମରେ ବୈଜ୍ଞାନିକ, ଟେକ୍ନିକାଲ ଅଫିସର ଏବଂ କର୍ମଚାରୀଙ୍କୁ ବିଭିନ୍ନ ପାରଦର୍ଶିତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥିମାନେ ତ୍ରିଭାଷୀ (ହିନ୍ଦୀ, ଇଂରାଜୀ, ଓଡ଼ିଆ) ପୁସ୍ତକ ‘ଉତ୍କର୍ଷ’ର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ବାଲୁକାଶିଳ୍ପୀ ଟୁନା ବେହେରାଙ୍କ ଦ୍ୱାରା ନିର୍ମିତ ବାଲୁକାକଳା ‘ମିଶାଇଲ୍‌ ଫର୍‌ ପିସ୍‌’ ଆକର୍ଷଣ ସାଜିିଥିଲା। ଶିଳ୍ପୀ କେଶୁ ଦାସ ପାରମ୍ପରିକ ଜଉ କଣ୍ଢେଇ, ଟେରାକୋଟା ଏବଂ ମାଟିର ବିଭିନ୍ନ କାରୁକାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା କୁଇଜ୍‌, ଅନ୍ତାକ୍ଷରୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ଖେଳରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଇଟିଆର୍‌ର ସମସ୍ତ ଅଧିକାରୀ, ବୈଜ୍ଞାନିକ, କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମିଶି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri