Categories: ଖେଳ

୩୬ ରନରେ ହାରିଲା ଅଷ୍ଟ୍ରେଲିଆ

ରାଜକୋଟ,୧୭।୧(ପି.ଟି.)- ଓ୍ବାଙ୍ଖଡେରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରିଛି। ଶୁକ୍ରବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ମୁକାବିଲାରେ ଭାରତ ୩୬ ରନରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ହରାଇବା ସହ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ୧-୧ ସମାନ ସ୍ତରକୁ ଆଣିଛି। ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୩୪୦ ରନ ସଂଗ୍ରହ କରିଥିଲା। ଦଳ ପାଇଁ ଶିଖର ଧାଓ୍ବନ ୯୬, ଲୋକେଶ ରାହୁଲ ୮୦ ଓ ବିରାଟ କୋହଲି ୭୮ ରନ୍ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୯.୧ ଓଭରରେ ୩୦୪ ରନ୍ କରି ଅଲଆଉଟ ହୋଇଥିଲା। ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ସର୍ବାଧତ୍କ ୯୮ ରନ୍ କରିଥିଲେ। ବିଜୟୀ ଦଳ ପକ୍ଷରୁ ମହମ୍ମଦ ଶାମି ୩ ଉଇକେଟ ନେଇଥିବାବେଳେ ନବଦୀପ ସଇନି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ହାସଲ କରିଥିଲେ। ରବିବାର ବେଙ୍ଗାଲୁରୁରେ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍ ଖେଳାଯିବ।

Share