୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କ ଉପରେ ଲାଗିଲା ନିଷେଧାଜ୍ଞା

କେପ ଟାଉନ୍‌,୨୦।୧୦: ଆଫ୍ରିକାର ମୋଷ୍ଟ ଫର୍ଟାଇଲ ଓମେନ ଭାବେ ପରିଚିତ ମହିଳା ଏବେ ଆଉ ସନ୍ତାନ ଜନ୍ମ କରିପାରିବେ ନାହିଁ। ପୂର୍ବ ଆଫ୍ରିକାର ଉଗାଣ୍ଡାରେ ରହୁଥିବା ମରିୟମ ନାବଟେଞ୍ଜିଙ୍କ ବର୍ତ୍ତମାନ ବୟସ ୩୯ ବର୍ଷ। ହେଲେ ସେ ୩୬ ବର୍ଷ ବୟସରେ ୪୪ ଶିଶୁଙ୍କୁ ଜନ୍ମ ଦେଇଥିବା କୁହନ୍ତି। ‘ଦ ସନ୍‌’ର ରିପୋର୍ଟ ଅନୁଯାୟୀ, ଏବେ ସେ ଆଉ ସନ୍ତାନ ପ୍ରସବ କରିପାରିବେ ନାହିଁ। କାରଣ ଡାକ୍ତରମାନେ ତାଙ୍କ ଗର୍ଭାଶୟର ଭିତର ଭାଗ କାଟି ଦେଇଥିବାରୁ ସେ ଆଉ ଗର୍ଭବତୀ ହୋଇ ପାରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ମାତ୍ର ୧୨ ବର୍ଷ ବୟସରେ ନାବଟେଞ୍ଜି ବିବାହ କରିଥିବା ବେଳେ ଏହାର ଗୋଟିଏ ବର୍ଷ ପରେ ତାଙ୍କର ଯମଜ ସନ୍ତାନ ହୋଇଥିଲେ। ଏହାପରେ ସେ ୫ ଥର ଯମଜ ସନ୍ତାନ ପ୍ରସବ କରିଥିଲେ। ୪ ଥର ୩ଟି ଲେଖାଁ ସନ୍ତାନ ପ୍ରସବ କରିଥିଲେ ଆଉ ୫ ଥର ୪ଟି ଲେଖାଁଏଁ ସନ୍ତାନ ଜନ୍ମ ଦେଇଥିଲେ। ଗର୍ଭଶୟର ଆକାର ଆସ୍ବାଭାବିକ ଭାବେ ବୃଦ୍ଧି ହେବାରୁ ଏପରି ହୋଇଥିଲା। ତେଣୁ ଏବେ ଡାକ୍ତର ତାଙ୍କ ଗର୍ଭାଶୟ ବାହାର କରି ଦେଇଥିବା କୁହାଯାଏ। ତେବେ ତାଙ୍କର ୪୪ ପିଲାଙ୍କ ମଧ୍ୟରୁ ୬ଟି ଶିଶୁଙ୍କର ମୃତ୍ୟୁ ହୋଇଛି।

Share