୩୫ ଲକ୍ଷ ଟଙ୍କା ବୋନସ୍‌ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୩୫ ଲକ୍ଷ ଟଙ୍କା ବୋନସ୍‌ ଦେବାକୁ ଘୋଷଣା କରିଛି। ଏହି ଘୋଷଣା ପରେ କମ୍ପାନୀର କର୍ମଚାରୀମାନେ ଖୁସିରେ କାନ୍ଦି ପକାଇଛନ୍ତି। ଆମେରିକାର ବାଲ୍ଟିମୋରର ସେଣ୍ଟ୍‌ ଜନ୍‌ ପ୍ରପର୍ଟିଜ୍‌ ନାମକ ଏହି କମ୍ପାନୀ ୧୯୮ ଷ୍ଟାଫ୍‌ ବୋନସ୍‌ ଦେବାରେ ୭୧ କୋଟି ଟଙ୍କା ଖର୍ଚ୍ଚ କରିଛି। କମ୍ପାନୀ ପକ୍ଷରୁ ହଲିଡେ ପାର୍ଟି ଚାଲିଥିବାବେଳେ ଏହି ଘୋଷଣା କରାଯାଇଥିଲା। ବୋନସ୍‌ ଚେକ୍‌ ନେବା ପରେ ଅନେକ କର୍ମଚାରୀଙ୍କ ଆଖିରେ ଲୁହ ଆସିଯାଇଥିଲା।

Share