୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ପାହାଡ଼ରେ ହୋଇଥିଲା ମାନବ ସୃଷ୍ଟି

ଜୋହାନ୍ସ୍‌ବର୍ଗ,୧୩।୨: ମାନବ ସୃଷ୍ଟିକୁ ଇତିମଧ୍ୟରେ କୋଟି କୋଟି ବର୍ଷ ବିତିଯାଇଛି। ଗବେଷକଙ୍କ ଅନୁସାରେ ପ୍ରାୟ ୩୫୭ କୋଟି ବର୍ଷ ତଳେ ଦକ୍ଷିଣ ଆଫ୍ରିକାର ମଖଞ୍ଜଓ୍ବା ପାହାଡ଼ରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀ ସୃଷ୍ଟିର କିଛି କାଳ ପରେ ସମଗ୍ର ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା। ତେବେ ପ୍ରଥମେ ମଖଞ୍ଜଓ୍ବା ପାହାଡ଼ ପାଣି ଭିତରୁ ବାହାରକୁ ଦେଖାଯାଇଥିବା ଗବେଷକ କହିଛନ୍ତି। ଫଳରେ ଏଠାରେ ଜୀବନ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୈବବିବର୍ତ୍ତନ ଦ୍ୱାରା ଏଠାରେ ମାନବ ସୃଷ୍ଟି ହୋଇଥିଲା। ପୃଥିବୀରେ ଜୀବନ ସୃଷ୍ଟି ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ଯୋଗାଉ ଥିବାରୁ ଏହି ଅଞ୍ଚଳକୁ ୟୁରେକା ସିଟି ଭାବେ ନାମିତ କରାଯାଇଛି। ଏଠାରେ ପୃଥିବୀର ସର୍ବ ପୁରାତନ ଭୂଭାଗ ରହିଛି। ୨୦୧୮ରେ ମଖଞ୍ଜଓ୍ବା ପାହାଡ଼ ଅଞ୍ଚଳକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ହେରିଟେଜ୍‌ ସ୍ଥଳ ଭାବେ ଘୋଷିତ କରାଯାଇଥିଲା। ୨୦୧୪ରେ ଏଠାରେ ଜୀବନ ସୃଷ୍ଟି ତଥ୍ୟ ସଂଗ୍ରହ ପାଇଁ ଜିଓଟ୍ରେଲ୍‌ ଆରମ୍ଭ କରାଯାଇଥିଲା। ଜର୍ମାନୀର ଜେନା ବିଶ୍ୱବିଦ୍ୟାଳୟର ପ୍ରଫେସର ଖ୍ରୀଷ୍ଟୋଫର ହ୍ୟୁବେକ୍‌ ଏବଂ ସ୍ଥାନୀୟ ଗାଇଡ୍‌ ଟୋନୀ ଫେର୍ରାରଙ୍କ ସହଯୋଗରେ ଏହାକୁ ଆରମ୍ଭ କରାଯାଇଥିଲା।

Share