Categories: ଖେଳ

୩୪ ବର୍ଷୀୟ ଏହି କ୍ରିକେଟର କହିଲେ, ଆଗାମୀ ୧୦ ବର୍ଷ ଭିତରେ ଅବସର ନେବାର ନାହିଁ

କ୍ରିକେଟର ମନୋଜ ତିଓ୍ବାରୀ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ୩୪ ବର୍ଷୀୟ ମନୋଜ କହିଛନ୍ତି ମୁଁ ନିକଟ ଭବିଷ୍ୟତରେ ଅବସର ନେବାକୁ ଚାହୁଁନାହିଁ। ମୋତେ ଏବେ ମାତ୍ର ୩୪ ବର୍ଷ। ଆଗାମୀ ୧୦ ପର୍ଯ୍ୟନ୍ତ ମୁଁ କ୍ରିକେଟ ଖେଳିବି ବୋଲି ସେ କହିଛନ୍ତି। ଭାରତ ପକ୍ଷରୁ ୧୨ଟି ଏକ ଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଲିଥିବା ମନୋଜ ୪୪ ବର୍ଷ ଯାଏ କ୍ରିକେଟ ଖେଳ ଜାରି ରଖିବା ପାଇଁ ଚାହୁଁଛନ୍ତି। ଯଦି ଜାହିର ଖାନ୍‌ ୪୨ ବର୍ଷ ବୟସରେ ଟି୧୦ ଲିଗ୍‌ ଖେଲିପାରୁଛନ୍ତି ତେବେ ମୁଁ କାହିଁକି ଖେଳିପାରିବି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଜାଣିଛି ଏହା ସହଜ ହେବ ନାହିଁ କିନ୍ତୁ ମୁଁ ନିଜକୁ ଫିଟ୍‌ ରଖି ଖେଳିବାକୁ ଚେଷ୍ଟା କରିବି ବୋଲି ତିଓ୍ବାରୀ ମତ ଦେଇଛନ୍ତି। ମନୋଜ ଶେଷଥର ପାଇଁ ୨୦୧୫ରେ ଭାରତ ପକ୍ଷରୁ ଖେଳିଥିଲେ। ୨୦୦୮ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ସେତେବେଳେ ନିଜ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିଲେ। ତାଙ୍କ ଭାରତର ଉଦୀୟମାନ ଖେଳାଳି ଆଖ୍ୟା ଦିଆଯାଇଥିଲା। କିନ୍ତୁ ଲଗାତାର ଆହତଜନିତ କାରଣରୁ ଦଳରରୁ ବାଦ୍‌ ପଡିଥିଲେ।

Share