୩୪ ବର୍ଷରେ ସୁଶାନ୍ତ ସିଂ: ଅଙ୍କିତାଙ୍କ ପରେ କ୍ରିତି ସେନନ୍‌ଙ୍କ ସହ କରୁଥିଲେ ଡେଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ। ଇଞ୍ଜିନିୟରିଂ ପାଠ ଶେଷ ପରେ ସେ ଛୋଟ ପରଦାରେ ପବିତ୍ର ରିସ୍ତା ସିରିଏଲ୍‌ରେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ଅଭିନୟ କରି ଦେଶର ଘରେ ଘରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସିରିଏଲ୍‌ରୁ ଅଙ୍କିତାଙ୍କ ସହିତ ତାଙ୍କର ଅନ୍‌ସ୍କ୍ରିନ୍‌ ତଥା ଅଫ୍‌ସ୍କ୍ରିନ୍‌ ରୋମାନ୍ସ୍‌ ଆରମ୍ଭ ହୋଇଥିଲା। ପରେ ସୁଶାନ୍ତଙ୍କୁ ବଲିଉଡ୍‌ରୁ ମିଳିଥିଲା ଅଫର। ପିକେ ଫିଲ୍ମ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପରେ ଅଙ୍କିତାଙ୍କ ସହିତ ତାଙ୍କର ୬ ବର୍ଷର ସମ୍ପର୍କରେ ଫାଟ ଦେଖାଦେଇଥିଲା। ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ଏହାପରେ କ୍ରିତି ସେନନଙ୍କ ସହିତ ତାଙ୍କର ଡେଟିଂ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମ୍‌.ଏସ୍‌. ଧୋନୀ, କେଦାରନାଥ, ସୋନଚିରିଆ,ଛିଛୋରେ, ଡ୍ରାଇଭ୍‌ ଆଦି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ତାଙ୍କର ଅପ୍‌ କମିଙ୍ଗ୍‌ ଫିଲ୍ମ ମଧ୍ୟରେ ଦିଲ୍‌ ବେଚାରା, ପାନି ଆଦି ରହିଛି।

Share