Posted inଫୁରସତ

ଶେଷ ନିଃଶ୍ୱାସ ନେଲା ରୟାଲ କଇଁଛ ‘ଆଲାଗ୍‌ବା’

ଲାଗୋସ୍‌: ଦକ୍ଷିଣ ପଶ୍ଚିମ ନାଇଜେରିଆର ସବୁଠାରୁ ବୟସ୍କ କଇଁଛ କୁହାଯାଉଥିବା ‘ଆଲାଗ୍‌ବା’ ଆଉ ଦର୍ଶକଙ୍କ ମନୋରଞ୍ଜନ କରିପାରିବ ନାହିଁ। ଓଗ୍‌ବୋମୋସ୍‌ ରାଜପ୍ରାସାଦରେ ରହୁଥିବା ଏହି ପୋଷା କଇଁଛ ୩୪୪ ବର୍ଷ ବଞ୍ଚିଥିବା କୁହାଯାଉଛି। ହେଲେ ଗୋଟିଏ କଇଁଛର ଏତେ ବର୍ଷ ବଞ୍ଚତ୍ବାକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ପ୍ରାଣୀ ବିଶେଷଜ୍ଞ। ସେ ଯାହା ହେଉ ନା କାହିଁକି, ‘ଆଲାଗ୍‌ବା’ର ମୃତ୍ୟୁକୁ ନେଇ ମର୍ମାହତ ହୋଇପଡ଼ିଛନ୍ତି ରାଜ ପରିବାରର ଦାୟାଦ।
‘ଆଲାଗ୍‌ବା’ର ଅର୍ଥ ବୟସ୍କ। ଏହି ମାଈ କଇଁଛ ଓବଗୋମୋସୋ ରାଜପ୍ରାସାଦର ଶାସକ ଜିମୋହୋ ଓଏବୁମିଙ୍କ ପାଖରେ ରହି ଆସୁଥିଲା। ରାଜାଙ୍କ ବ୍ୟକ୍ତିଗତ ସହଯୋଗୀ ଟୟାନ ଅଜାମୁଙ୍କ କହିବା କଥା, ବୟସାଧିକ୍ୟ କାରଣରୁ କଇଁଛଟି ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ତାହାର ମୃତ୍ୟୁ ଘଟିଛି। ‘ଆଲାଗ୍‌ବା’କୁ ରାଜବଂଶର ୩ୟ ଶାସକ ଇଶାନ ଓକୁମାୟଡ଼େ ପ୍ରାସାଦକୁ ଆଣିଥିଲେ। ଏହି ମାଈ କଇଁଛର ଯତ୍ନ ନେବାକୁ ୨ଜଣ କର୍ମଚାରୀ ଦିନରାତି ପରିଶ୍ରମ କରୁଥିଲେ। ଦୀର୍ଘଦିନ ଧରି ରାଜମହଲରେ ରହିବା ପରେ ଆଲ୍‌ଗାବା ରାଜପରିବାରର ସଦସ୍ୟ ପାଲଟି ଯାଇଥିଲା। ଏହାର ନିକଟରେ ଦୁରାରୋଗ୍ୟକୁ ଭଲ କରିବାର ଶକ୍ତି ରହିଥିବା ବିଶ୍ୱାସ କରାଯାଉଥିଲା। ତେଣୁ ବହୁ ବ୍ୟକ୍ତି କଇଁଛ ସଂସ୍ପର୍ଶରେ ଆସିବାକୁ ପସନ୍ଦ କରୁଥିଲେ। ଏହାର ମୃତ ଶରୀରର ଅବଶେଷକୁ ସଂରକ୍ଷିତ କରି ରଖାଯିବ ବୋଲି ରାଜ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri