୩୪ତମ ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଘାଟିତ: ସୁଦୃଢ଼ ପାଇଁ ସହଯୋଗ କରିବ ସଂସ୍କୃତି ବିଭାଗ

ଅନୁଗୋଳ ଅଫିସ, ୧୦।୧୧ – ଅନୁଗୋଳର ସେବା ଓ ସାଂସ୍କୃତିକ ଅନୁଷ୍ଠାନ ‘କଳାକାର’ ପକ୍ଷରୁ ୩୪ତମ ବୋଇତ ବନ୍ଦାଣ ମହୋତ୍ସବ ୨୦୧୯ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ମୁଖ୍ୟଅତିଥି, ଜିଲା ସଂସ୍କୃତି ଅଧିକାରୀ ଜଗଦୀଶ ରାଏ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଭାଷଣ, ଅତିଥି ପରିଚୟ ସହ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଯୁବ କଳାକାର ସୃଷ୍ଟି କରିବା, ଅନ୍ତନିର୍ହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା, କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅନୁଷ୍ଠାନ ସମ୍ମାନିତ କରୁଥିବା କହିଥିଲେ। ଏଥିସହ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ରାଏ କଳା ସଂସ୍କୃତି କ୍ଷେତ୍ରରେ କଳାକାର ସାରା ଦେଶରେ ଜିଲାର ନାମକୁ ବଜାୟ ରଖିପାରିଛି ବୋଲି କହିଥିଲେ। ଏପରି କି ଆଗାମୀ ଦିନରେ ଏହି ଅନୁଷ୍ଠାନ କିପରି ଆହୁରି ସୁଦୃଢ ହେବ ସେ ନେଇ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସହ ସମ୍ପାଦକ ପ୍ରଶାନ୍ତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍‌ଘାଟନ ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ବିଚାରକ ଭାବେ ବରିଷ୍ଠ ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଜ୍ଞାନରଞ୍ଜନ ମହାପାତ୍ର, ଓଡିଶୀ ଗୁରୁ ନୀଳିମା ପଣ୍ଡା, ତବଲା ଗୁରୁ ସମରେନ୍ଦ୍ର ନାୟକ ଯୋଗଦେଇଥିଲେ। ଦୁଇଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ସହ, ନୃତ୍ୟ ନାଟିକା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି। ଉଦ୍‌ଯାପନ ସନ୍ଧ୍ୟାରେ ହାସ୍ୟ ରସାତ୍ମକ ନାଟକ ‘ହାଏରେ ବିଧାତା’ ପରିବେଷଣ କରାଯିବ। ସମ୍ପାଦକ ବିଭୂତି ଭୂଷଣ ମହାପାତ୍ରଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri