Posted inଜାତୀୟ

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ସୂଚନା ମିଳିଛି। ଲ୍ୟାଣ୍ଡଫଲ୍‌ ସମୟରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଦୀର୍ଘ ୨ଘଣ୍ଟା ଧରି ବୁଲ୍‌ବୁଲ ତାଣ୍ଡବ ରଚିବା ପରେ ଏହା ସୁନ୍ଦରବନ ଦେଇ ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରିଛି। ବାତ୍ୟାର ପ୍ରଭାବରେ ବହୁ ଗଛବୃକ୍ଷ ନଷ୍ଟ ହୋଇଯିବା ସହ ବିଦ୍ୟୁତ୍‌ ଖୁଣ୍ଟି, ଟିଣ ଓ ଚାଳ ଛପର ଘର ଉଡ଼ାଇ ଦେଇଛି। ବାତ୍ୟାରେ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।
ସ୍ଥଳଭାଗ ଛୁଇଁବା ପୂର୍ବରୁ ବୁଲ୍‌ବୁଲ୍‌ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ସମୁଦ୍ର ତଟବର୍ତ୍ତୀ ୬ ଜିଲାରେ ତାଣ୍ଡବ ସୃଷ୍ଟି କରିଥିଲା। ଏଥିରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଏବଂ ଭଦ୍ରକ ଜିଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ସମୟରେ ବିଭିନ୍ନ କାରଣରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଶତାଧିକ ବିଦ୍ୟୁତ୍‌ଖୁଣ୍ଟ ସାଙ୍ଗକୁ ବଡ଼ବଡ଼ ଦ୍ରୁମ ଧରାଶାୟୀ ହୋଇଛି। ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାର ଶନିବାର କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଅବଗତ କରାଇଛନ୍ତି। କ୍ଷୟକ୍ଷତି ଆକଳନ କରିବା ପାଇଁ ଖୁବ୍‌ଶୀଘ୍ର ଏକ କେନ୍ଦ୍ରୀୟ ଟିମ ପଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଶନିବାର ଅପରାହ୍ନରେ ପାରାଦୀପର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗର ୧୧୦ କିଲୋମିଟର ଦେଇ ଉପକୂଳ ଅତିକ୍ରମ କରିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’। ଏହା ମଧ୍ୟରାତ୍ରିରେ ସୁନ୍ଦରବନ ଉପର ଦେଇ ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ସ୍ଥଳଭାଗକୁ ଅତିକ୍ରମ କରିବ। ଏହା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ୬ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବହୁ ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ିଛି। ଧାନଜମି ବର୍ଷା ଜଳରେ ବୁଡି ରହିଥିବା ବେଳେ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି। ବାତ୍ୟା ସମୟରେ କେନ୍ଦ୍ରାପଡ଼ା ଜିଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମହାକାଳପଡ଼ା ବ୍ଲକର ବଡ଼କୂଳ ଗ୍ରାମର ଗଗନ ବିହାରୀ ସ୍ବାଇଁ (୭୦) ପାଣିରେ ଭାସିଯାଇଥିବା ବେଳେ ଡେରାବିଶ ବ୍ଲକ ଇନ୍ଦାଳୋ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଶଙ୍କର୍ଷଣ ନାୟକଙ୍କ ଜୀବନ ଯାଇଛି। ସେହିପରି ରାଜକନିକା ବ୍ଲକର ଗଜରାଜପୁର ଗ୍ରାମରେ ଘରକାନ୍ଥ ପଡ଼ି ଗଣେଶ୍ୱର ମଲ୍ଲିକ(୬୫)ଙ୍କ ମୃତ୍ୟୁ ହୋଇଛି। ସେହି ଜିଲାରେ ୪୭୮ ଘର ଭାଙ୍ଗିଥିବା ବେଳେ ୪୭୩୫ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହି ଥାନା ପରିସରରୁ ଭାଙ୍ଗିପଡିଥିବା ଗଛ କାଟୁଥିବାବେଳେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଏନଡିଆରଏଫ୍‌ର ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।
ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ଅନେକକୁ ବାସହରା କରିଯାଇଛି ‘ବୁଲ୍‌ବୁଲ୍‌’ । ବାଲେଶ୍ୱର ଜିଲାର ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛି। ଭଦ୍ରକ ଜିଲା ଚାନ୍ଦବାଲି, ଆରଡି, ଧାମନଗର, ବାସୁଦେବପୁର, ଅଞ୍ଚଳର ଏକର ଏକର ଜମି ବର୍ଷାପାଣିରେ ବୁଡ଼ିରହିଛି। ଧାନ ଗଛରେ କେଣ୍ଡା ବାହାରୁଥିବାବେଳେ ଏପରି ସ୍ଥିତି ଚାଷୀମୁଣ୍ଡରେ ଚଡ଼କ ପକାଇଛି। ଜଗତ୍‌ସିଂହପୁର ଜିଲାର ୮ ବ୍ଲକ, ୨ଟି ପୌର ପରିଷଦ ଅଞ୍ଚଳରେ ବହୁସଂଖ୍ୟାରେ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏହାଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଗତସିଂହପୁର ଜିଲାର ପାରାଦୀପଠାରେ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତ ଟେଣ୍ଟ ଭାଙ୍ଗିଯାଇଛି। ବନ୍ଦରରେ ପଣ୍ୟ କାରବାର ବନ୍ଦ ରହିଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବ୍ୟାପକମାତ୍ରାରେ ଧାନ, ବିରି, ମୁଗ, ପରିବା ଫସଲ ନଷ୍ଟ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ୬ ଲକ୍ଷ ହେକ୍ଟର ଜମିରେ ୩୫ରୁ ୪୦% ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ରିଲିଫ କମିଶନର (ଏସଆର୍‌ସି)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ଶନିବାର ସକାଳୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ବେଗରେ ପବନ ପ୍ରବାହିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ୭୦ରୁ ୯୦ କି.ମି.କୁ ଛୁଇଁଯାଇଥିଲା। ଏହି ସମୟରେ ପୁରୀ, ଗଞ୍ଜାମ ଜିଲାରେ ୪୦ରୁ ୬୦ କି.ମି ବେଗରେ ପବନ ପ୍ରବାହିତ ହୋଇଥିଲା। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, ଯାଜପୁର, ପୁରୀ, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା ଓ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲାର ରାଜନଗର ବ୍ଲକରେ ୧୮୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ୧୫୦.୧, ରାଜକନିକାରେ ୧୩୬, ଆଳିରେ ୮୯, ମହାକାଳପଡ଼ାରେ ୭୫, ଜଗତ୍‌ସିଂହପୁର ଜିଲାର ତିର୍ତ୍ତୋଲ ବ୍ଲକରେ ୧୦୦, ଏରସମାରେ ୮୧, କୁଜଙ୍ଗରେ ୬୪, ବାଲିକୁଦାରେ ୫୬, ଭଦ୍ରକ ଜିଲାର ଭଦ୍ରକ ବ୍ଲକରେ ୭୨, ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକରେ ୫୨.୨ ଏବଂ ଯାଜପୁର ଜିଲାର ବିଞ୍ଝାରପୁର ବ୍ଲକରେ ୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲାର ୩୬୮୨ ଜଣଙ୍କୁ ୪୬ଟି ଆଶ୍ରୟସ୍ଥଳରେ ରଖାଯାଇଛି। ପଶ୍ଚିମବଙ୍ଗରୁ ୪୩ଟି ମାଛଧରା ଡଙ୍ଗାରେ ଆସିଥିବା ୩୮୧ ଜଣ ଧୀବର ଧାମରା ମାଛଧରା ବନ୍ଦର ଓ ତାଳଚୁଆଠାରେ ଆଶ୍ରୟ ନେଇଛନ୍ତି। ଧାମରାଠାରୁ କିଛି ଦୂରରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିରେ ଥିବା ୯ଜଣଙ୍କୁ ଉଦ୍ଧାର କରାଯାଇଛି। ବାତ୍ୟା ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ ଜିଲାଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍‌ ଭିତ୍ତିଭୂମି ସଜଡ଼ା କାର୍ଯ୍ୟ ଆଗେଇ ଚାଲିଛି। ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ, ଓଡ୍ରାଫ୍‌ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଥିବା ଏସଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri