୩୩ ବର୍ଷ ତଳେ ବିମାନ ବନ୍ଦରରେ ହଜିଥିବା ୧୦ଦିନର ଶିଶୁପୁତ୍ର ଯୁବକ ହୋଇ ଘରକୁ ଫେରିଲେ

ଲଣ୍ଡନ,୧୬।୫: କଥାରେ ଅଛି ରଖେ ହରି ମାରେ କିଏ। ଏହା ଷ୍ଟିଭ୍‌ ହାଇଇସ୍‌ଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି। ଷ୍ଟିଭ୍‌ଙ୍କ କାହାଣୀ ଫିଲ୍ମ ପରି। ତାଙ୍କୁ ୧୦ ଦିନ ହୋଇଥିବାବେଳେ ସେ ୧୯୮୬ରେ ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରର ମହିଳା ଶୌଚାଳୟରେ କମ୍ବଳ ଏବଂ ଟାଓ୍ବେଲରେ ଘୋଡାହୋଇଥିବା ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ମିଳିଥିଲେ। କୌଣସି କାରଣରୁ ତାଙ୍କ ମାତା ଷ୍ଟିଭ୍‌ଙ୍କୁ ଶୌଚାଳୟରେ ଛାଡିଦେଇଥିଲେ। ଏହାପରେ ସେ ଅନାଥାଶ୍ରମରେ ବଢ଼ିଥିଲେ। ୧୮ ବର୍ଷ ହୋଇଥିବାବେଳେ ଷ୍ଟିଭ୍‌ ନିଜ ଡିଏନ୍‌ଏ ସାମ୍ପଲ୍‌ ଆଧାରରେ ମାତାପିତାଙ୍କୁ ଖୋଜିବା ଆରମ୍ଭ କଲେ। ଏଥି ପାଇଁ ବିଭିନ୍ନ ଥାନାରେ ପହଞ୍ଚି ଅଧିକାରୀଙ୍କୁ ତାଙ୍କ ଦୁଃଖଭରା କାହାଣୀ କହିଲେ। ତେବେ କୌଣସି ତଥ୍ୟ ହାସଲ ହୋଇପାରି ନ ଥିଲା। ତେବେ ଏକ ଥାନା ରେକର୍ଡରୁ ଜଣାପଡ଼ିଥିଲା ଗେଟ୍‌ଓ୍ବିକ୍‌ ବିମାନ ବନ୍ଦରରେ ଥିବା ଶିଶୁପୁତ୍ର ତାଙ୍କର ବୋଲି ଜଣେ ମହିଳା ୩୩ ବର୍ଷ ତଳେ ଫୋନ୍‌ କରି ଜଣାଇଥିଲେ। ଏହି ସୂଚନା ଆଧାରରେ ଷ୍ଟିଭ୍‌ ତାଙ୍କ ଘରେ ପହଞ୍ଚତ୍ଥିଲେ। ତେବେ ତାଙ୍କ ମାତାଙ୍କ ମୃତ୍ୟୁ ହୋଇସାରିଥିବାବେଳେ ପିତା ଜୀବିତ ଥିଲେ। ତାଙ୍କର ଆଉଜଣେ ଭାଇ ମଧ୍ୟ ଥିବା ସେ ଜାଣିପାରିଥିଲେ। ଏବେ ଷ୍ଟିଭ୍‌ଙ୍କ ସ୍ତ୍ରୀ ଏବଂ ଦୁଇ ସନ୍ତାନଙ୍କୁ ରକ୍ତ ସମ୍ପର୍କୀୟଙ୍କ ସହିତ ମିଳିତ ହେବାର ସୁଯୋଗ ପାଇଛନ୍ତି। ଷ୍ଟିଭ୍‌ ଏନେଇ ଟୁଇଟର ଏବଂ ଫେସବୁକ୍‌ରେ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି। ଷ୍ଟିଭ୍‌ଙ୍କ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ମୋଦିଙ୍କ ଫର୍ମୁଲାରେ ବିଜୟୀ ହେଲେ ତାରିକ ରହମାନ

ଢାକା,୧୪।୨: ବାଂଲାଦେଶ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ରେ ଅଛି। ତାରିକ ରହମାନଙ୍କ ନେତୃତ୍ୱରେ ଏହା ସ୍ଥିର ହେବ ଯେ ଢାକା କେଉଁ ପଥ ନେବ। ତାରିକ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Bangladesh Election 2026: ତାରିକ ରହମାନଙ୍କ ବିଜୟ ପରେ ବିଦାୟ ନେବେ କେୟାର ଟେକର ‘ୟୁନୁସ’, ଏବେ କ’ଣ ରହିଛି ଯୋଜନ? ଜାଣନ୍ତୁ…

ଢାକା,୧୪।୨: ବାଂଲାଦେଶ ବର୍ତ୍ତମାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛି। ଆୱାମୀ ଲିଗର ପତନ ପରେ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡକ୍ଟର ମହମ୍ମଦ ୟୁନୁସ କ୍ଷମତାର…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

ବାଂଲାଦେଶର ଭାବି ପ୍ରଧାନମନ୍ତ୍ରୀଙ୍କର ରହିଛି ବଡ଼ ରୋଚକ ପ୍ରେମ କାହାଣୀ! କଠିନ ସମୟରେ ବି ହାତ ଛାଡି ନ ଥିଲେ ପତ୍ନୀ

ଢାକା,୧୩।୨: ବାଂଲାଦେଶର ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି। କ୍ଷମତା ପରିବର୍ତ୍ତନ ଏବଂ ନିର୍ବାଚନୀ ବିଜୟ ପରେ, ଏବେ ଦେଶରେ ଏକ ନୂତନ ନେତୃତ୍ୱ ବିଷୟରେ ଆଲୋଚନା…

ବାଂଲାଦେଶର ଭବିଷ୍ୟତ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ବଙ୍ଗଳାରେ ଶୁଭେଚ୍ଛା ଜଣାଇଲେ ମୋଦି? ପଛରେ ରହିଛି ୨ ରହସ୍ୟ

ଢାକା,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ସଂସଦୀୟ ନିର୍ବାଚନରେ ବିଏନପି ଅଧ୍ୟକ୍ଷ ତାରିକ ରହମାନଙ୍କୁ ତାଙ୍କ ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ…

୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଲେଣି ପୂର୍ବତନ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲା ଯାଞ୍ଚ

ଇସଲାମାବାଦ,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଟିଏ ଆଖିରେ ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଛନ୍ତି। ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ପରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri