Posted inଖେଳ

୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷିତ

ବେଙ୍ଗାଲୁରୁ,୩୦।୯(ପି.ଟି.)- ଆଗାମୀ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଜୁନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ଏକ ୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷଣା କରିଛି। ସ୍ଥାନୀୟ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ସୋମବାରଠାରୁ ଏହି ଶିବିର ଆରମ୍ଭ ହେବ। ଖେଳାଳିମାନେ କୋଚ୍‌ ବଲଜିତ୍‌ ସିଂ ସଇନିଙ୍କୁ ରିପୋର୍ଟ କରିବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଏହି ପ୍ରଶିକ୍ଷଣ ଶିବିର ଅକ୍ଟୋବର ୨୬ ତାରିଖରେ ଶେଷ ହେବ।
ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆୟୋଜକ ଅଷ୍ଟ୍ରେଲିଆ ସମେତ ଭାରତ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ। ଆମେ ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ଅନ୍ତର୍ଜତୀୟ ସ୍ତରର ଭଲ ଅଭିଜ୍ଞତା ହାସଲ କରିବେ ବୋଲି କୋଚ ସଇନି କହିଛନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଖେଳାଳିମାନେ ବିଶ୍ୱସ୍ତରୀୟ ହକି ଖେଳୁଥିବାରୁ ଏହି ଦଳଗୁଡିକ ସହ ଖେଳି ଆମ ଖେଳାଳିମାନେ ଫିଟ୍‌ନେସ୍‌ ହାସଲ କରିବା ସହ ସ୍ପିଡ୍‌ ବଢ଼ାଇବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି। ପ୍ରଶିକ୍ଷଣ ଶିବିରରେ ସବୁ ଖେଳାଳି ଶତ ପ୍ରତିଶତ ଯୋଗଦାନ କରିବେ ବୋଲି ଆଶା କରୁଛି। ଶିବିରରେ ଭଲ ପ୍ରଦର୍ଶନ କଲେ ଖେଳାଳିମାନେ ଦଳରେ ସ୍ଥାନ ପାଇବେ। ଏହା ପରେ ଟୁର୍ନାମେଣ୍ଟରେ ଦକ୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହେବେ। ଭାରତୀୟ ଖେଳାଳିମାନେ ପ୍ରତିଭା ସମ୍ପର୍ଣ୍ଣ। ପ୍ରତ୍ୟେକ ବର୍ଷ ଅତିକମ୍‌ରେ ଜଣେ ଲେଖାଏ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ହାସଲ କରୁଛନ୍ତି। ତେଣୁ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଶିବିରରେ ସ୍ଥାନ ପାଇଥିବା ସବୁ ଖେଳାଳିଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି।
ସମ୍ଭାବ୍ୟ ତାଲିକା:
ଗୋଲକିପର- ରାଶନପ୍ରୀତ କୌର, ଖୁଶବୁ ଓ ଏଫ୍‌. ରାମେଙ୍ଗାମାଓ୍ବି।
ଡିଫେଣ୍ଡର- ପ୍ରିୟଙ୍କା, ସିମରନ ସିଂ, ମାରିନା ଲାଲରାମଙ୍ଘାକି, ଗଗନଦୀପ କୌର, ଇଶିକା ଚୌଧୁରୀ, ଜୋତିକା କଲସି, ସୁମିତା, ଆକାଶନାଥ ଧେକେଲ, ଉଷା, ପରନିତ କୌର।
ମିଡଫଲ୍ଡସ- ବଲଜୀଦ କୌର, ମାରିଆନ କୁଜୁର, କିରନ ପ୍ରଭଲିନ କୌର, ପ୍ରୀତି, ଅଜମିନା କୁଜୁର, ବେଷ୍ନବୀ ଫାଲେକେ, କବିତା ବାଗଡି, ବଲଜିନ୍ଦର କୌର, ସୁଷମା କୁମାରୀ।
ଫରଓ୍ବାଡର୍‌ସ- ମମତାଜ ଖାଁ, ବିୟୁଟି ଡଙ୍ଗଡଙ୍ଗ, ଗୁରମେଲ କୌର, ଦୀପିକା, ଲାଲରିଣ୍ଡିଙ୍କି, ଜିଓ୍ବାନ କିଶୋରୀ ଟୋପ୍ପୋ, ରୁତୁଜା ପିସାଲ, ସଙ୍ଗିତା କୁମାରି, ଯୋଗିତା ବୋରା ଓ ଅନୁ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri