ମଧୁପୁରଠାରେ ବିଶାଳ ଆଦିବାସୀ ସମାବେଶ, ନୂଆଖାଇ ଭେଟ୍‌; ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ସାମିଲ ହେଲେ ଆଦିବାସୀ

ଲାଞ୍ଜିଗଡ଼,୩୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁରଠାରେ ବିଶାଳ ଆଦିବାସୀ ସମାବେଶ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଦିସ୍କନ୍ଦ ସମାଜ ଚାନ୍ଦାର ପ୍ରଗଣା ଓ କଳାହାଣ୍ଡି ଆଦିବାସୀ ଚେତନା ମଞ୍ଚର ଏହି ବିଶାଳ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଆଦିବାସୀ ଚେତନା ମଞ୍ଚର ସଭାପତି ପରମାନନ୍ଦ ମାଝି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ସମ୍ମାନିତ ଅତିଥି ଭାବେ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝି, ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଜିତୁ ଜାକାସିକା, ଆଦିବାସୀ କର୍ମଚାରୀ ସମ୍ମନ୍ବୟ ସମିତି ସଭାପତି ଡ. ନିରଦ ଚନ୍ଦ୍ର କହଁର, ଆଦିବାସୀ ଚେତନା ମଞ୍ଚର ସମ୍ପାଦକ ଲକ୍ଷ୍ମଣ ଭୋଇ, ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଅନନ୍ତ ଶବର, ଆଦିବାସୀ ସଂଘ ଉପଦେଷ୍ଟା ଋତୁରାଜ ମାଝି, ଆଦିବାସୀ ଗବେଷକ ମେଦିନୀଧର ଜାନୀ, ଆଦିବାସୀ ସଂଘ ଉପସଭାପତି ପ୍ରକାଶ ମାଝି, ଗଣ୍ଡ ସମାଜରଉପଦେଷ୍ଟା ନିରାକାର ପାତ୍ର, କମଳ ମଇଦାନ ସଭାପତି ଦୁର୍ଯ୍ୟୋଧନ ମାଝି, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀରମୋହନ ମାଝି, ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ଟଙ୍କଧର ମାଝି, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝି, କିସ୍‌ର କର୍ମକର୍ତ୍ତା ଦୁଷ୍ମନ୍ତ ପ୍ରଧାନ, ଆଦିବାସୀ ନେତ୍ରୀ ଦ୍ରୌପଦୀ ମାଝି, ଡିଓ ଜାକାସିକା, କଳାହାଣ୍ଡି ଭତ୍ରା ସମାଜ ସଭାପତି ନୀଳକଣ୍ଠ ମାଝି ପ୍ରମୁଖ ମଞ୍ଚାସୀନଥିଲେ। ଆଦିବାସୀ ସମାଜ ଆଜି ବି ଉନ୍ନତି କରିପାରି ନାହିଁ । ଏହାର କାରଣ ଅଶିକ୍ଷା, କୁସଂସ୍କାର । ତେବେ ଏସବୁଥିରୁ ମୁକୁଳି ଆଦିବାସୀ ସମାଜକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏଥିପାଇଁ ଶିକ୍ଷା ଓ ସଚେତନତାର ଆବଶ୍ୟକତା ରହିଛି । ସମାଜର ସମସ୍ତେ ଏ ଦିଗରେ ଯତ୍ନବାନ ହେବା ସହିତ ଏକଜୁଟ୍‌ ହେବାକୁ ପଡ଼ିବ ବୋଲି ଅତିଥିମାନେ କହିଥିଲେ । ଏହି ଅବସରରେ ଆଦିବାସୀ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ହୋଇଥିବାବେଳେ ବିଧାୟକଙ୍କ ଦ୍ୱାରା ଏହାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବିରାଜ ମାଝି, କୁଳମଣି ମାଝି ଓ ଗୋବର୍ଦ୍ଧନପୁର ଆଦିବାସୀ ସମାଜର ତତ୍ତ୍ୱାବଧାନରେ ଅନୁଷ୍ଠିତ ସମାବେଶରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ଶହଶହ ଆଦିବାସୀ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri