Categories: ଖେଳ

୩୩୨ ରନ୍‌ରେ ବେଙ୍ଗଲ ସୀମିତ

ଭୁବନେଶ୍ୱର,୨୧।୨- କଟକର ଟାଙ୍ଗିସ୍ଥିତ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ କ୍ୱାର୍ଟର ଫାଇନାଲରେ ବେଙ୍ଗଲ ଦଳକୁ ଓଡ଼ିଆ ବୋଲରମାନେ ୩୩୨ ରନ୍‌ରେ ସୀମିତ ରଖିଛନ୍ତି। ଶୁକ୍ରବାର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୦୮/୬ରୁ ବ୍ୟାଟିଂ ଆରମ୍ଭ କରିଥିବା ଭ୍ରମଣକାରୀ ବେଙ୍ଗଲ ବଳକା ୪ ଉଇକେଟରେ କେବଳ ୨୪ ଯୋଡ଼ିବାକୁ ସକ୍ଷମ ହୋଇଛି। ଦଳ ପାଇଁ ଅନୁଷ୍ଟୁପ ମଜୁମଦାର ୧୫୭ ଓ ଶାହାବାଜ ଅହମ୍ମଦ ୮୨ ରନ୍‌ କରିଥିଲେ। ଓଡ଼ିଶା ପାଇଁ ବସନ୍ତ ମହାନ୍ତି ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ୪ ଉଇକେଟ ନେଇଥିବାବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, କନଓ୍ବାର ସିଂ ଚୌହ୍ବାନ ୨ଟି ଓ ଦେବବ୍ରତ ପ୍ରଧାନ ଗୋଟିଏ କରି ଉଇକେଟ ହାତେଇଥିଲେ। ଓଡ଼ିଶା ଦଳକୁ ସେମିଫାଇନାଲରେ ସ୍ଥାନ ପାଇବାକୁ ହେଲେ ମ୍ୟାଚ୍‌ରେ ଅତିକମ୍‌ରେ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାକୁ ପଡ଼ିବ।

Share