୩୩୨୩ ଗ୍ରାମକୁ ରାସ୍ତା ନାହିଁ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟରେ ୩୩୨୩ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ସହ ଯୋଡାଯାଇପାରିନାହିଁ। ଅନୁଗୋଳ ଜିଲାର ୯୫ଟି ଗ୍ରାମକୁ ରାସ୍ତା ନ ଥିବା ବେଳେ ବଲାଙ୍ଗୀର ୩୨, ବାଲେଶ୍ୱର ୫୯, ବରଗଡ଼ ୨, ଭଦ୍ରକ ୧୬୭, ବୌଦ୍ଧ ୫୩, କଟକ ୩୧, ଦେବଗଡ଼ ୧୨, ଢେଙ୍କାନାଳ ୩୦, ଗଜପତି ୧୩୩, ଜଗତ୍‌ସିଂହପୁର ୧୪, ଝାରସୁଗୁଡ଼ାର ୧୧ଟି ଗ୍ରାମ ଓ ପଡ଼ାଗ୍ରାମକୁ ରାସ୍ତା ସଂଯୋଗ କରାଯାଇନାହିଁ। ସେହିଭଳି କଳାହାଣ୍ଡି ଜିଲାର ୪୭୩, କନ୍ଧମାଳ ୨୫୮, କେନ୍ଦ୍ରାପଡ଼ା ୬୪୭, କେନ୍ଦୁଝର ୬୪, ଖୋର୍ଦ୍ଧା ୭୪, କୋରାପୁଟ ୧୮୫, ମାଲକାନଗିରି ୨୯୫, ମୟୂରଭଞ୍ଜ ୦୮, ନୟାଗଡ଼ ୮୯, ନବରଙ୍ଗପୁର ୭୦, ନୂଆପଡ଼ା ୭୨, ପୁରୀ ୦୩, ସମ୍ବଲପୁର ୦୪, ସୋନପୁର ୦୩ ଏବଂ ସୁନ୍ଦରଗଡ଼ ଜିଲାର ୦୪ଟି ଗ୍ରାମକୁ ରାସ୍ତା ନାହିଁ। ଏ ସମସ୍ତ ଗ୍ରାମକୁ ସଂଯୋଗ କରିବା ଲାଗି ୨୬୯୯.୭୦୧୭ କିମି ରାସ୍ତାର ଆବଶ୍ୟକତା ରହିଛି। ଏଥିଲାଗି ୧୯୫୫୨୪.୦୧ ଲକ୍ଷ ଟଙ୍କାର ଆବଶ୍ୟକ ହେବ। ପ୍ରଶ୍ନକାଳରେ ଭାଜପା ସଦସ୍ୟ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମଙ୍ଗଳବାର ବିଧାନସଭାରେ ଏକଥା କହିଛନ୍ତି।