Categories: ଜାତୀୟ

୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ: ସରକାରଙ୍କ ଚିନ୍ତା ବଢ଼ିଲା

ମୁମ୍ବାଇ,୧୬।୯: ମହାରାଷ୍ଟ୍ରରେ ୩୨ ଶହ ଏକର ଜଙ୍ଗଲ ବଞ୍ଚାଇବା ପାଇଁ ୩ ଲକ୍ଷ ଲୋକ ଏକଜୁଟ ହୋଇଛନ୍ତି। ମେଟ୍ରୋ ପ୍ରୋଜେକ୍ଟ ଅନ୍ତର୍ଗତ ଏଠାକାର ୨୭ ଶହ ଗଛ କଟାଯିବାର ଯୋଜନା ରହିଛି। ତେବେ ଏହା ବିରୋଧରେ ପରିବେଶବିତ୍‌ଙ୍କ ସହିତ ସାଧାରଣ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଜଙ୍ଗଲ ସଞ୍ଜୟ ଜାତୀୟ ଉଦ୍ୟାନର ଅଂଶ ବିଶେଷ। ଏଠାରେ ମେଟ୍ରୋ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ତେବେ ଏତେ ସଂଖ୍ୟକ ଲୋକ ଏହା ବିରୋଧରେ ଏକଜୁଟ ହେବା ଦ୍ୱାରା ସରକାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ଏହା ଏକ ହଜାର ଏକର ଜମି ଉପରେ ପୂର୍ବରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅବଶିଷ୍ଟ ୨୨ଶହ ଏକର ଜମିର ୯୦ ଏକର ଉପରେ କୁଲବା-ବାନ୍ଦ୍ରା-ସ୍ପିଜ୍‌ ମେଟ୍ରୋ-୩ର କାର୍‌ ପାର୍କିଂ ସ୍ଥଳ ନିର୍ମାଣ କରାଯିବ। ଜଙ୍ଗଲ ଜମି ବଞ୍ଚାଇବା ପାଇଁ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ସମେତ ଲତା ମଙ୍ଗେସକର ଆଦି ଏକଜୁଟ ହୋଇଛନ୍ତି। ଲତା କହିଛନ୍ତି ମେଟ୍ରୋ ଲାଗି ଗଛ କଟାଯିବା ଆତ୍ମହତ୍ୟା ସଦୃଶ।

Share