୩୨ ଓଇଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଓଡ଼ିଶା ଏଜୁକେଶନ ସର୍ଭିସ(ଓଇଏସ୍‌)ର ୩୨ ଅଧିକାରୀଙ୍କ ପଦୋନ୍ନତି କରାଯାଇଛି। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦ୍ଦନୁଯାୟୀ, ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି। ଏହାସହ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଉପନିର୍ଦ୍ଦେଶକ ରାଧା ମୋହନ ପଣ୍ଡା, ଗଞ୍ଜାମ ଜିଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ସୁନ୍ଦରଗଡ଼ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ଖୋର୍ଦ୍ଧା ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଓ ଭଦ୍ରକ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ଓସେପାର ଉପ ନିର୍ଦ୍ଦେଶକ ଅରୁଣବାଳା ତ୍ରିପାଠୀ ଓ ସୁରେଖ ତରାଇଙ୍କୁ ଓସେପା ଯୁଗ୍ମ ନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି।