୩୨୮ ବର୍ଷ ପରେ ଇତିହାସର ପୁନରାବୃତ୍ତି: ଭଗବାନ୍‌ଙ୍କଠାରୁ ଭକ୍ତ ଅଲଗା

ପୁରୀ ଅଫିସ,୨୦ା୩: ଭକ୍ତ ପାଇଁ ଭଗବାନ। ଏମାନଙ୍କୁ କେହି ଅଲଗା କରିପାରିବେ ନାହିଁ। ଏମିତି ଆସ୍ଥା ଓ ବିଶ୍ୱାସ ନେଇ ପ୍ରତିଦିନ ଶ୍ରୀକ୍ଷେତ୍ରକୁ ହଜାର ହଜାର ଭକ୍ତ ଆସିଥାନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ମନର କଥା ଗୁହାରି କରିଥାନ୍ତି। ହେଲେ ଦୀର୍ଘ ୩୨୮ବର୍ଷ ପରେ ଭକ୍ତ ପାଇଁ ଭଗବାନ ପ୍ରାସଙ୍ଗିକତାର କିଛିଟା ବ୍ୟତିକ୍ରମ ଘଟିବାକୁ ଯାଉଛି। ଶ୍ରୀକ୍ଷେତ୍ର ମାଟିରେ ଭଗବାନଙ୍କଠାରୁ ଭକ୍ତଙ୍କୁ ଦୂରେଇ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅତୀତରେ ଲୁଣ୍ଠନ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ ରଖାଯାଇଥିବାବେଳେ ଏବେ କରୋନା ଭୂତାଣୁ ସଂକ୍ରମଣରୁ ଭକ୍ତଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରତ୍ନସିଂହାସନରେ ବିରାଜମାନ ମହାପ୍ରଭୁଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ଦିଆଯାଇଛି।
ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଛି, ଯେଉଁଥିପାଇଁ ୨୨ଥର ମହାପ୍ରଭୁ ସ୍ଥାନାନ୍ତର ହୋଇଛନ୍ତି। ଶ୍ରୀକ୍ଷେତ୍ର ମଧ୍ୟରେ ଦୁଇଥର ସ୍ଥାନାନ୍ତର ହୋଇଥିବାବେଳେ ୨୦ଥର ପୁରୀ ବାହାରକୁ ସ୍ଥାନାନ୍ତର ହୋଇଛନ୍ତି ମହାପ୍ରଭୁ। ଚତୁର୍ଦ୍ଧାବିଗ୍ରହଙ୍କୁ ୨ଥର ପାତାଳି କରାଯିବା ସହ ୨ଥର ବ୍ରହ୍ମ ସ୍ଥାନାନ୍ତର ହୋଇଛି। ଆକ୍ରମଣ ସମୟରେ ଖାଲିପଡ଼ିଛି ରତ୍ନସିଂହାସନ। ୧୬୨ବର୍ଷ ୪ମାସରୁ ଅଧିକ ଦିନ ପୁରୀ ବାହାରେ କଟାଇଛନ୍ତି ମହାପ୍ରଭୁ। ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇପାରି ନାହାନ୍ତି ଭକ୍ତ। ୧୬୯୨ରେ ଏକରାମ ଖଁା ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସମ୍ରାଟ ଔରଙ୍ଗଜେବଙ୍କ ଆଦେଶ ଅନୁଯାୟୀ ମରମସ୍ତ ଖଁା ଜମାଉଲ୍ଲାଙ୍କୁ ସାଙ୍ଗରେ ଧରି ଏକରାମ ଏହି ଆକ୍ରମଣ କରିଥିଲେ। ଆକ୍ରମଣ ଖବର ପାଇ ସିଂହଦ୍ୱାର ବନ୍ଦ କରାଯାଇଥିଲା। ସେମାନେ ସିଂହଦ୍ୱାର କବାଟ ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରି ଭଣ୍ଡାର ଲୁଟ୍‌ପାଟ କରିଥିଲେ। ସେତେବେଳେ ତିନିଠାକୁରଙ୍କ ନକଲି ବିଗ୍ରହ ଏକରାମ୍‌ ଖଁାଙ୍କୁ ସମର୍ପି ଦିଆଯାଇ ବିଦା କରାଯାଇଥିଲା। ଗୋପନରେ ମହାପ୍ରଭୁଙ୍କୁ ବିମଳା ମନ୍ଦିର ପଛପଟକୁ ସ୍ଥାନାନ୍ତର କରାଯାଇଥିଲା। ଦେଉଳର ମୁଖଶାଳା ଭଙ୍ଗାଯାଇ ସିଂହଦ୍ୱାର ବାହାରପଟୁ ବନ୍ଦ କରି ଦିଆଯାଇଥିଲା। ନକଲି ମୂର୍ତ୍ତି ନେଇ ଏକରାମ୍‌ ଖଁା କଟକ ଚାଲିଯିବାପରେ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା। ଲୁଟ ସମୟରେ ଦକ୍ଷିଣ ଦ୍ୱାର ଚୋରା କବାଟ ବାଟେ ଯାଇ ସେବକମାନେ ଗୁପ୍ତରେ ପୂଜା କରୁଥିଲେ। ମାଦଳା ପାଞ୍ଜି ମତରେ ସେତେବେଳେ ଚନ୍ଦନ ଯାତ୍ରା ବନ୍ଦ ରହିଥିଲା। ରୁକ୍ମିଣୀ ହରଣ ନୀତି ମଧ୍ୟ ହୋଇ ପାରି ନ ଥିଲା ।
ଏକାଦଶୀ ତିଥିରେ ଉଠି ନ ଥିଲା ମହାଦୀପ। ରତ୍ନସିଂହାସନ ସାମ୍ନାରେ ଦେବସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏପରି କି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ ହୋଇଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧା ହେଉ ନ ଥିଲା। ଏହାସତ୍ତ୍ୱେ ନିରାଡମ୍ବର ଭାବେ ଗୋପନରେ ମହାପ୍ରଭୁଙ୍କ ସେବାପୂଜା ଅବ୍ୟାହତ ରହିଥିଲା। ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ମନ୍ଦିର ଭିତରକୁ ଛଡ଼ାଯାଇ ନ ଥିଲା। ୧୮ଥର ଆକ୍ରମଣ ମଧ୍ୟରୁ ଏହି ଗୋଟିଏଥର ହଠାତ୍‌ ଆକ୍ରମଣ ହେବାରୁ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ହୋଇ ନ ଥିଲା। ଏବେ ୩୨୮ବର୍ଷ ପରେ ପୁଣି ସେହିଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି
ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri