Categories: ଜାତୀୟ

୩୨ଥର ପାଇଁ ନିଜର ମତ ସାବ୍ୟସ୍ତ କଲେ ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ଜଣେ

କଳ୍ପ,୧୯।୫: ଭାରତରେ ୧୯୫୧ରେ ପ୍ରଥମ ଥର ଲାଗି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୮ ବର୍ଷ ତଳେ ଭୋଟ ଦେବାରେ ଯେଉଁ ଉତ୍ସାହ ଥିଲା ଆଜିବି ସେହି ଉତ୍ସାହ ଦେଖିବାକୁ ମିଳିଥିଲା ୧୦୩ ବର୍ଷୀୟ ଭୋଟର ଶ୍ୟାମ ସରନ ନେଗିଙ୍କ ନିକଟରେ। ଭାରତର ପ୍ରଥମ ଭୋଟରଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ। ରବିବାର ଅନୁଷ୍ଠିତ ହୋଇଥିବା ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନରେ ନେଗି ନିଜର ମତ ସାବ୍ୟସ୍ତ କରିଛନ୍ତି। ହିମାଚଳ ପ୍ରଦେଶର କଳ୍ପା ଗାଁର ବାସିନ୍ଦା ହେଉଛନ୍ତି ନେଗି। ଏହା ତାଙ୍କର ୩୨ ତମ ମତଦାନ। ଏହି ଶତାୟୁଙ୍କ ଭୋଟଦାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହ ଡାକ୍ତରମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ରବିବାର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟର ମତଦାନ ଚାଲିଥିବା ବେଳେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୩ ତାରିଖରେ ଫଳାଫଳ ଘୋଷଣା ହେବ।

Share