୩୧ ଜଣଙ୍କ ସ୍ବାବ୍‌ ସଂଗ୍ରହ କଲା ସ୍ବାସ୍ଥ୍ୟ ବିଭାଗ

ବନ୍ତ,୫।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ସୋମବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ୟ ପର୍ଯ୍ୟାୟରେ ୩୧ ଜଣଙ୍କର ସ୍ବାବ୍‌ ସଂଗ୍ରହ କରାଯାଇଛି। ଏଥିରେ ସରପଞ୍ଚ ବନମାଳି ବେହେରା, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ସ୍ବେଚ୍ଛାସେବୀ ଚନ୍ଦ୍ରକାନ୍ତ ବେହେରା, ରଞ୍ଜନ ସାହୁ ସହଯୋଗ କରିଥିଲେ। ଉଲ୍ଲେଖ ଯେ, ଗତ ଏପ୍ରିଲ୍‌ ୨୮ରେ ବ୍ଳକର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳର ପ୍ରବେଶ ପଥକୁ ସିଲ୍‌ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପ୍ରଥମ ପର୍ଯ୍ୟାୟରେ ୬୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା ା ପ୍ରଶାସନ ପକ୍ଷରୁ ଘରେ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା, ସ୍ବାସ୍ଥ୍ୟ ପରୀକ୍ଷା କରିବା, ସଂନିରୀକ୍ଷଣ ସର୍ଭେ କରିବା, ସିଏଫଡବ୍ଲ୍ୟୁଏସ୍‌ଡି ପକ୍ଷରୁ ସଚେତନତା, ମାସ୍କ ବଣ୍ଟନ ଏବଂ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରାଯାଇଥିଲା।