‘୩୧ରେ ବ୍ରେକ୍‌ଜିଟ୍‌ ପାଇଁ ପ୍ରସ୍ତୁତ’

ଲଣ୍ଡନ,୩ା୧୦(ପି.ଟି.): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ନୂଆ ବ୍ରେକ୍‌ଜିଟ ଯୋଜନା ଆଣିବା ପୂର୍ବରୁ ୟୁରୋପୀୟ ସଂଘ (ଇୟୁ) ସହ ବୁଝାମଣା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଯାହା ହୋଇଗଲେ ବି ଅକ୍ଟୋବର ୩୧ରେ ବିନା ଡିଲ୍‌ରେ ଇୟୁଠାରୁ ଅଲଗା ହେବା ପାଇଁ ବ୍ରିଟେନ ପ୍ରସ୍ତୁତ ବୋଲି ବୁଧବାର ଚେତାବନୀ ଦେଇଛନ୍ତି। ବ୍ରେକ୍‌ଜିଟ ପାଇଁ ସେ ଉଭୟ ପକ୍ଷ ମଧ୍ୟରେ ବୁଝାମଣାର ଏକ ବିକଳ୍ପ (ଉତ୍ତର ଆୟର୍ଲାଣ୍ଡ ସୀମା କିମ୍ବା ଏହା ନିକଟରେ ସୀମା ଶୁଳ୍କ ଯାଞ୍ଚ ପାଇଁ ଅନୁମତି ଦିଆ ନ ଯିବା) ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଆୟର୍ଲାଣ୍ଡ ଦ୍ୱୀପର ‘ଅଲ୍‌-ଆଇଲାଣ୍ଡ ରେଗୁଲେଟୋରି ଜୋନ୍‌’ ଏକକ ବଜାର ପାଇଁ ଇୟୁରେ ରହିବ। କିନ୍ତୁ ଏହା ଉପରେ ସୀମା ଶୁଳ୍କ ଲାଗୁ ହେବ ନାହିଁ। ଏହାର ପରିଣାମ ପାଇଁ ବ୍ରିଟେନ ପ୍ରସ୍ତୁତ ଅଛି ବୋଲି ମାଞ୍ଚେଷ୍ଟରରେ କଞ୍ଜର୍ଭେଟିଭ୍‌ ପାର୍ଟିର ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି।

Share