Posted inଜାତୀୟ

୩୦ ଦିନ ପୂରିଲା : ସ୍ବାଭାବିକ ହୋଇନି ଉପତ୍ୟକା

ଶ୍ରୀନଗର,୪ା୯(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ୩୦ ଦିନ ପୂରିଥିବାବେଳେ ଏବେ ବି ଉପତ୍ୟକାରେ ସ୍ବାଭାବିକ ଅବସ୍ଥା ଫେରିନାହିଁ। କଶ୍ମୀରର ଅଧିକାଂଶ ସ୍ଥାନରେ ଦିନବେଳା କଟକଣା କୋହଳ ହୋଇଥିବାବେଳେ ବଜାର ଓ ସାଧାରଣ ପରିବହନ ସେବା ଏବେ ମଧ୍ୟ ବନ୍ଦ ରହିଛି। ୩୭୦ ଉଚ୍ଛେଦ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣୀରେ ପରିଣତ କରାଯିବା ସହ ସେଠାକାର ପାଖାପାଖି ୩୦୦୦ ନେତା, ବିଚ୍ଛିନ୍ନତାବାଦୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକ ରଖାଯାଇଥିଲା। ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ସମେତ କେତେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା। ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଉପତ୍ୟକାର ୯୦ ଭାଗ ଅଞ୍ଚଳରେ ସ୍ଥିତିରେ ଉନ୍ନତି ଆସିଥିବାରୁ ୯୨ଟି ଥାନା ଅଞ୍ଚଳରେ ଦିନବେଳା କଟକଣା ହଟାଯାଇଥିବା ମଙ୍ଗଳବାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଘରୋଇ ଗାଡ଼ି ଓ ଅଟୋରିକ୍ସା କେତେକ ଅଞ୍ଚଳରେ ଚଳାଚଳ କରୁଛି। ଶ୍ରୀନଗର ସିଭିଲ ଲାଇନ୍‌, ଲାଲ୍‌ ଚୌକ-ଟିଆର୍‌ସି ଚୌକ-ଡାଲ୍‌ଗେଟ ଲାଇନରେ କେତେଜଣ ଦୋକାନୀ ସେମାନଙ୍କ ଷ୍ଟଲ୍‌ ଖୋଲିଥିବା ଜଣେ ଅଧିକାରୀ କହିଛନ୍ତି। ଉପତ୍ୟକାର ଅଧିକାଂଶ ଅଞ୍ଚଳରୁ ବାରିକେଡ଼ ହଟିଥିବାବେଳେ ସୁରକ୍ଷା ବଳ ମୁତୟନ ଜାରି ରହିଛି। କୁପ୍‌ଓ୍ବାରା ଓ ହଣ୍ଡଓ୍ବାରା ଥାନା ଅଞ୍ଚଳକୁ ବାଦ୍‌ ଦେଲେ ଉପତ୍ୟକାର ଅନ୍ୟ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସମେତ ଅନ୍ୟାନ୍ୟ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରହିଛି। ଫଳରେ ପିସିଓ ଏବଂ ଏସ୍‌ଟିଡି ବୁଥ୍‌ଗୁଡିକରେ ଫୋନ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଲ୍ୟାଣ୍ଡଲାଇନ ସଂଯୋଗ ଦିଆଯାଇଥିବା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପିସିଓ ଖୋଲାଯାଇଛି। ସ୍କୁଲ ଖୋଲିଥିଲେ ହେଁ ଉପସ୍ଥାନ ଯଥେଷ୍ଟ କମ୍‌ ରହୁଛି।
ସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକଙ୍କ ପାଖରେ ୩୭୦ ଉଚ୍ଛେଦର ବାର୍ତ୍ତା ପହଞ୍ଚାଇ ସମର୍ଥନ ହାସଲ ଲାଗି ଭାଜପା ଉଦ୍ୟମ ଚଳାଇଥିବାବେଳେ ମଙ୍ଗଳବାର ଦଳ ଅଧ୍ୟକ୍ଷ ଅମିତ୍‌ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କୁ ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ। କଶ୍ମୀର ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ରଖୁଥିବା ଜଗମୋହନ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜି୍ୟକ ଏଲ୍‌ପିଜିର ଆଉ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି: ଆମେରିକାରୁ ଆସିଲା ବଡ଼ ଖବର

ଓ୍ବାଶିଂଟନ୍‌,୨୧।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରୁଥିବା ଖବର ସାମ୍ନାକୁ ଆସିଛି। ହଠାତ୍‌ ମତ…

ମା’ କନକ ଦୁର୍ଗାଙ୍କ ଚନ୍ଦ୍ରଘଣ୍ଟା ବେଶ: ଭକ୍ତଙ୍କ ଭିଡ଼

ଦେବଗଡ,୨୧।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ତୃତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶନିବାର ମା’ କନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri