Categories: ଫୁରସତ

ସ୍ତ୍ରୀଙ୍କୁ ପିଠିରେ ବୋହି ଦୌଡ଼ନ୍ତି ସ୍ବାମୀ

ଡ୍ରୋର୍କିଙ୍ଗ୍‌,୩।୩: ପୃଥିବୀର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ପରମ୍ପରା ରହିଛି। ବ୍ରିଟେନ୍‌ରେ ଏକ ପରମ୍ପରା ଅନୁସାରେ ସ୍ବାମୀମାନେ ସ୍ତ୍ରୀଙ୍କୁ ପିଠିରେ ବୋହି ଏକ ଉତ୍ସବରେ ଦୌଡ଼ିଥାନ୍ତି। ପ୍ରତିବର୍ଷ ଏହି ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥାଏ। ଗତ ୩୦୦ ବର୍ଷ ଧରି ଏହି ପରମ୍ପରା ଏଠାରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଉତ୍ସବ ଡ୍ରୋର୍କିଙ୍ଗ୍‌ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ୪୦୦ ମିଟର ଦୌଡ଼ ପ୍ରତିଯୋଗୀତା କରାଯାଇଥିଲା। ଏଥିରେ ୧୫୦ ଜଣ ସ୍ବାମୀ ସେମାନଙ୍କ ସ୍ତ୍ରୀଙ୍କୁ ପିଠିରେ ବୋହି ଦୌଡ଼ିଥିଲେ। ବିଜେତାଙ୍କୁ ୧୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଦୌଡ଼ ପ୍ରତିଯୋଗୀତାର ନିୟମ ଅନୁସାରେ ସ୍ତ୍ରୀଙ୍କ ଓଜନ ୫୦ କିଲୋ ହେବା ଆବଶ୍ୟକ। ତେଣୁ ଏହି ପ୍ରତିଯୋଗୀତା ପାଇଁ ମହିଳାମାନେ ୩ ମାସ ପୂର୍ବରୁ ସେମାନଙ୍କ ଓଜନ କମାଇବାରେ ଲାଗିଥାନ୍ତି।

Share