୩୦ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୧୪।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ନଗ୍ରମ ପଞ୍ଚାୟତ ହାଇସ୍କୁଲଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଚ୍ଛା ସଙ୍ଗଠନ ପକ୍ଷରୁ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ୍‌ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା।
ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲ ଭାବେ ହାତ ଧୋଇବା ପାଇଁ କୁହାଯାଇଥିଲା। ଏହାପରେ ସାନିଟାଇଜରରେ ହାତକୁ ସଫା କରିବା ପରେ ଅପେକ୍ଷା ହଲ୍‌ରେ ସାମାଜିକ ଦୂରତାର ବ୍ୟବସ୍ଥା କରାଯାଇଥିଲା। ଏହା ପରେ ବ୍ଲଡ଼ବ୍ୟାଙ୍କ ଅଫିସର ଡା. ବସନ୍ତ କୁମାର ଉପାଧ୍ୟାୟ, କାଉନସିଲର ସୁଚିସ୍ମିତା ଦାସ, ଲ୍ୟାବଟେଷ୍ଟ ଅଧିକାରୀ ଜ୍ୟୋତିଶ କୁମାର ପ୍ରଧାନ, ଆଟେଣ୍ଡାଣ୍ଟ ଅଜୟ କୁମାର ମହାପାତ୍ର ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତଦାତାମାନଙ୍କ ଠାରୁ ରକ୍ତଗ୍ରହଣ କରିଥିଲେ। ସଙ୍ଗଠନର ମେଡ଼ିକାଲ କୋଡ଼ିନେଟର୍‌ ଉଦୟଭାନୁ ନାୟକ, ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍‌ କୁମାର ପୃଷ୍ଟି, ଆସିଷ୍ଟାଣ୍ଟ ମେଡ଼ିକାଲ କୋର୍ଡ଼ିନେଟର ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ସହଯୋଗ କରିଥିଲେ।