Categories: ଫୁରସତ

୩୦ବର୍ଷ ହେଲା ସାପ ବିଷକୁ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍‌ ସିଙ୍ଗର୍‌ ଷ୍ଟିଭ୍‌ ଲୁଡ୍‌ୱିନ୍‌ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜିକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ, ତାଙ୍କ ସ୍ବାସ୍ଥ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ହେଉନାହଁି। ପିଲାଦିନେ ସେ ଶୁଣିବାକୁ ପାଇଥିଲେ ଶରୀରରେ ସାପ ବିଷ ଇଞ୍ଜେକସନ୍‌ ମାଧ୍ୟମରେ ଦେବା ଦ୍ୱାରା ଫାଇଦା ମିଳିଥାଏ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଯନ୍ତ୍ରଣାଦାୟକ ପ୍ରକ୍ରିୟାକୁ ନିଜ ଉପରେ ପରୀକ୍ଷଣ କଲେ। ପ୍ରଥମେ ଶରୀର ଉପରେ ବୁନ୍ଦାଏ ବିଷକୁ ରଖି ତାକୁ ଇଞ୍ଜେକସନ୍‌ ମାଧ୍ୟମରେ ଶରୀରକୁ ପ୍ରବେଶ କରାଇଥାନ୍ତି। ଏହା ଏତେ ବିଷାକ୍ତ ଯେ, ଶରୀରରେ ପ୍ରବେଶ କରିବା ମାତ୍ରେ ଲାଲ ରକ୍ତକଣିକାକୁ ନଷ୍ଟ କରିଦିଏ। ଏମିତିକି ରକ୍ତ ସଞ୍ଚାଳନ ବନ୍ଦ ହୋଇ କେଇ ମିନିଟ୍‌ ମଧ୍ୟରେ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦିଏ ଏବଂ ମଣିଷ ମୃତ୍ୟୁମୁଖକୁ ଚାଲିଯାଏ। କିନ୍ତୁ ଷ୍ଟିଭ୍‌ଙ୍କଠାରେ ସେମିତି କୌଣସି ପ୍ରଭାବ ଦେଖିବାକୁ ମିଳିନାହଁି। ଡାକ୍ତରମାନେ ବି ଷ୍ଟିଭ୍‌ଙ୍କ କୌଶଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Share