୩ନଂ. ଓ୍ବାର୍ଡରେ ଡ୍ରେନ୍‌, ରାସ୍ତାଘାଟ ଶୋଚନୀୟ; ଶୁଣୁନି ପୌରସଂସ୍ଥା, ବଢୁଛି ସଂକ୍ରାମକ ରୋଗ

ଢେଙ୍କାନାଳ ଅଫିସ, ୧୨।୮: ଢେଙ୍କାନାଳ ପୌରସଂସ୍ଥାର ଚରମ ଅବହେଳାରୁ ୩ନଂ. ଓ୍ବାର୍ଡ ଶ୍ରୀରାମ ନଗରବାସୀ ଯନ୍ତ୍ରଣା ଭୋଗୁଛନ୍ତି। ଅଞ୍ଚଳର ଡ୍ରେନେଜ୍‌ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ରାସ୍ତାଘାଟ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂତ୍ତିଗନ୍ଧମୟ ପରିବେଶ ସଂକ୍ରାମକ ରୋଗ ବଢ଼ାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର ସମାଧାନ ଦିଗରେ କେହି ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଲାଗି ରହିଥିବା ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ନେଲାଣି। ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଜନଆକ୍ରୋଶ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଦୀର୍ଘ ୭ବର୍ଷ ହେଲା ଅସଜଡ଼ା ପରିମଳ ବ୍ୟବସ୍ଥା ଲୋକଙ୍କ ଚିନ୍ତା ବଢ଼ାଇଛି। ଆଖପାଖ ଅଞ୍ଚଳର ଆବର୍ଜନା ପାଣି ଅଞ୍ଚଳ ଦେଇ ପ୍ରବାହିତ ହେଉଛି। ଫଳରେ ଡେଙ୍ଗୁ, ମ୍ୟାଲେରିଆ, ଚର୍ମରୋଗ ବ୍ୟାପିବାରେ ଲାଗିଛି। ବର୍ଷାପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ପାଣି ଜମି ରହୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଘରେ ବିଷାକ୍ତ ଜନ୍ତୁ, କୀଟ ପଶୁଛନ୍ତି। ରାସ୍ତା ବିପଦସଙ୍କୁଳ ହୋଇପଡ଼ିଛି। ଗର୍ତ୍ତରେ ପଡ଼ି ଛାତ୍ରୀଛାତ୍ର, ଗୃହପାଳିତ ପ୍ରାଣୀ, ପଥଚାରୀ କ୍ଷତବିକ୍ଷତ ହେବା ନଜିର ରହିଛି। ଏହାର ପ୍ରତିକାର କରିବାକୁ ଓ୍ବାର୍ଡବାସୀ ଜିଲା ପ୍ରଶାସନ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ରବିନାରାୟଣ ପାଣିଗ୍ରାହୀ, ଧର୍ମାନନ୍ଦ ସାମଲ, ପ୍ରସନ୍ନ କୁମାର ଜେନା, ନରେଶ ସାମଲ, ମନୋଜ ମଲ୍ଲିକ, ରତ୍ନାକର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ରାସ୍ତାଘାଟ ଏବଂ ଡ୍ରେନେଜ୍‌ ବ୍ୟବସ୍ଥା ନ ସଜାଡ଼ିଲେ ପ୍ରଶାସନକୁ ଅଚଳ କରି ଦିଆଯିବା ସହ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ଅନିତା ପାଲ, ପ୍ରେମଲତା ପାଲ, ଝରଣା ପାଣିଗ୍ରାହୀ, ପ୍ରଦୀପ କୁମାର ପାଲ, ଅନ୍ନପୂର୍ଣ୍ଣା ମଲ୍ଲିକ, ସୂର୍ଯ୍ୟକାନ୍ତ ସାହୁ, ସ୍ବର୍ଣ୍ଣଲତା ସାହୁ, ନରେଶ ସାମଲ, ବବିତା ସାମଲ, ସରିତା ନାୟକ, ସୁଚିତ୍ର ସୁବୁଦ୍ଧି, କିଶୋରକାନ୍ତ ସୁବୁଦ୍ଧି, କେଦାରକାନ୍ତ ସୁବୁଦ୍ଧି, ଅନ୍ନପୂର୍ଣ୍ଣା ସ୍ବାଇଁ, ଅଶାନ୍ତି ସ୍ବାଇଁ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଅଭିଯୋଗ ସମ୍ପର୍କରେ ସେ ଅବଗତ ଅଛନ୍ତି। ଜାଗା ଅଭାବରୁ ସମସ୍ୟା ସୃଷ୍ଟି ହୋଇଛି। ସୋମବାର ପୌର ଯନ୍ତ୍ରୀଙ୍କୁ ପଠାଯାଇ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri