Posted inଖେଳ

୩ଦିନିଆ ଅଭ୍ୟାସ ମ୍ୟାଚ: ରାହାନେ, ପୂଜାରା, ବୁମ୍‌ରା ପ୍ରସ୍ତୁତ

କୁଲିଜ(ଆଣ୍ଟିଗୁଆ),୧୭।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଶନିବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ଏକାଦଶ ମଧ୍ୟରେ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହେବ। ୨୨ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଓ୍ବାର୍ମଅପ୍‌ ଗେମ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଓ ଉପ- ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ସମେତ ବିଶ୍ରାମ କରିବାର ଭଲ ଅବସର ହାସଲ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏହି ମ୍ୟାଚ୍‌ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ ବୁଢ଼ା ଆଙ୍ଗଠିରେ ଆଘାତ ଲାଗିଥିବାରୁ ଅଧିନାୟକ ବିରାଟ କୋହଲିଙ୍କ ସମେତ ଶ୍ରେଷ୍ଠ ୩ଜଣ ଖେଳାଳିଙ୍କୁ ବିଶ୍ରାମ ଦିଆଯିବା ଆଶା କରାଯାଉଛି।
କୋହଲି ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରେ ଜବରଦସ୍ତ ପ୍ରଦର୍ଶନ କରି ଶ୍ରେଷ୍ଠ ଫର୍ମରେ ରହିବା ସୂଚନା ଦେଇଛନ୍ତି। ୩ଟି ୨୦ ମ୍ୟାଚ୍‌ରେ ସେ୧୦୬ ରନ କରି ସଂଗ୍ରହ କରିଥିବା ବେଳେ ଦୁଇଟି ଦିନିକିଆରେ ୨ଟି ଶତକ ସହ ମୋଟ ୨୩୪ ରନ ସଂଗ୍ରହ କରିଛନ୍ତି। ପ୍ରଥମ ଦିନିକିଆରେ ୧୩ ଓଭର ଖେଳାଯିବାର ପରେ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଜିତି ଭାରତ ୨-୦ରେ ସିରିଜ ବିଜୟୀ ହୋଇଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ମଧ୍ୟ ଭାରତ ୩-୦ରେ କ୍ଲିନ୍‌ ସୁଇପ୍‌ କରିଥିଲା। ଯଦି ଟେଷ୍ଟ ସିରିଜରେ ଭାରତ ବିଜୟୀ ହୁଏ ତା’ହେଲେ ଇତିହାସ ସୃଷ୍ଟି ହେବ। ଭାରତ ପ୍ରଥମଥର ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସବୁ ୩ଟି ଫର୍ମାଟରେ ବିଜୟୀ ହେବାର ଗୌରବ ଅର୍ଜନ କରିବ।
ଟେଷ୍ଟ ସ୍ପେଶାଲିଷ୍ଟ ପୂଜାରା ସୌରାଷ୍ଟ୍ର ପାଇଁ ରଣଜୀ ଟ୍ରଫି ଫାଇନାଲ ଖେଳିବାର ୬ ମାସ ପରେ ରେଡ୍‌ ବଲ୍‌ କ୍ରିକେଟ ଖେଳିବାକୁ ଯାଉଛନ୍ତି। ଅନ୍ୟପଟେ ରାହାନେ ଇଂଲିଶ୍‌ କାଉଣ୍ଟି କ୍ରିକେଟ ଖେଳିଥିଲେ ମଧ୍ୟ ସେତେଟା ସଫଳ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୭ଟି ମ୍ୟାଚ୍‌ ଖେଳି ୨୩.୬୧ ରନ ହାରରେ ମାତ୍ର ୩୦୭ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଥିଲା। ଟେଷ୍ଟରେ ଗତ କିଛି ଦିନ ହେବ ରାହାନେଙ୍କ ପ୍ରଦର୍ଶନ ଆଶାନୁରୂପ ହୋଇ ପାରି ନ ଥିଲା। ଫଳରେ ଏହି ସିରିଜ ତାଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ଏହି ଓ୍ବାର୍ମ ଅପ୍‌ରେ ଭଲ ପ୍ରଦର୍ଶନ କଲେ ସେ ସିରିଜରେ ଲୟକୁ ଫେରିବେ। ସୀମିତ ଓଭର କ୍ରିକେଟ ଖେଳିଥିବା କେତେଜଣ ଖେଳାଳିମାନେ ମଧ୍ୟ ଟେଷ୍ଟ ଖେଳିବା ପୂର୍ବରୁ ଏହି ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିବେ। ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୀମିତ ଓଭର ସିରିଜ୍‌ରେ ଭଲ ପ୍ରଦର୍ଶନ କରି ନ ଥିବା ରୋହିତ ଶର୍ମା, ରିଷଭ ପନ୍ତ ଅଧିକ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିବେ। ରିଦ୍ଧିମାନ ଶାହା ଏ’ ସିରିଜରେ ଦୁଇ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ଓ କିପିଂରେ ପନ୍ତଙ୍କଠାରୁ ପାଦେ ଆଗରେ ରହିବେ। ତେଣୁ ପନ୍ତ ଓ ଶାହଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ମୟଙ୍କ ଅଗ୍ରଓ୍ବାଲ ଇନିଂସ ଓପନ କରିବେ। ତାଙ୍କ ସହ ହନୁମା ବିହାରୀ କିମ୍ବା ଲୋକେଶ ରାହୁଲ ଇନିଂସ ଓପନ କରିବା ଆଶା କରାଯାଉଛି। ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ଉମେଶ ଯାଦବ ମଧ୍ୟ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ କରିବେ। ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ସ୍ପିନ୍‌ ଦାୟିତ୍ୱ ସମ୍ଭାଳିବେ। ଏହି ମ୍ୟାଚ୍‌ରେ ସବୁ ଭାରତୀୟ ବ୍ୟାଟ୍ସମ୍ୟାନ ଓ ବୋଲର ଖେଳିବାର ସୁଯୋଗ ପାଇବେ। ଭାରତ ବିଶ୍ୱର ୧ ନମ୍ବର ଟେଷ୍ଟ ଦଳ ହୋଇଥିବାରୁ ଏହି ମ୍ୟାଚ୍‌ ଓ ଆଗାମୀ ସିରିଜରେ ଫେଭରାଇଟ ମନେ ହେଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ମୟଙ୍କ ଅଗ୍ରଓ୍ବାଲ, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍‌ରା, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସାମି, ରିଷଭ ପନ୍ତ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ରିଦ୍ଧିମାନ ଶାହା, ଇଶାନ୍ତ ଶର୍ମା, ରୋହିତ ଶର୍ମା, ହନୁମା ବିହାରୀ ଓ ଉମେଶ ଯାଦବ।
ଓ୍ବେଷ୍ଟଇଣ୍ଡିଜ ଦଳ: ଖେଳାଳି ତାଲିକା ଘୋଷିତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri