୩ଥର ଇସ୍ତଫା ଗ୍ରହଣ କରିବାକୁ କହିଲିଣି: ନିରଞ୍ଜନ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜ୍ୟରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅନ୍ୟପଟେ ବିଳମ୍ବରେ ହୋଇଥିବା ପାଟକୁରା ନିର୍ବାଚନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଥିବା ଦେଖିବାକୁ ମିଳିଛି। ୨୦୧୯ ନିର୍ବାଚନରେ କଂଗ୍ରେସର ଏତେ ଖରାପ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରେ ସୋନିଆ ଗାନ୍ଧୀ ଦାୟିତ୍ୱ ନେବାପରେ ବର୍ତ୍ତମାନ ରାଜ୍ୟସ୍ତରରେ ସଭାପତିମାନେ ବଦଳିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ନିରଞ୍ଜନଙ୍କୁ ପଚରାଯିବାରୁ ସେ କହିଛନ୍ତି, ନିର୍ବାଚନ ଫଳାଫଳ ବାହାରିବା ପରଦିନ ହିଁ ଇସ୍ତଫା ଦେଇକି ଆସିଛି। ଏହାପରେ ୩ ଥର ନୂଆଦିଲ୍ଲୀ ଗସ୍ତ କରିଛି। ବାରମ୍ବାର ଇସ୍ତଫା ଗ୍ରହଣ କରିବା ପାଇଁ ସେଠାରେ କହିଛି। ମାତ୍ର ଏଆଇସିସି ଅଧ୍ୟକ୍ଷ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ରାଜ୍ୟରେ ପିସିସି ବଦଳିବ ନାହିଁ ବୋଲି କହିଥିଲେ। ରବିବାର ମଧ୍ୟ ଦିଲ୍ଲୀ ଗସ୍ତ ଅବସରରେ ଏନେଇ କହିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଧାରା ୩୭୦କୁ ସମୟକ୍ରମେ ପରିବର୍ତ୍ତନ ନେଇ ପ୍ରାବଧାନ ପୂର୍ବରୁ ମଧ୍ୟ ଥିଲା। ଏହାକୁ ଉଚ୍ଛେଦ ପ୍ରସଙ୍ଗକୁ ସ୍ବାଗତ କରୁଛି, ହେଲେ ଏହାକୁ ଠିକ୍‌ ଢଙ୍ଗରେ କରାଯାଇନାହିଁ। କେବଳ ସୁଅ ମୁହଁକୁ ଠେଲି ଦେବା ଭଳି କାର୍ଯ୍ୟକ୍ରମ କରି ଗାନ୍ଧୀ ଏବଂ ନେହେରୁଙ୍କ ପରିବାରକୁ ଭାଜପା ଦାୟୀ କରିବାକୁ ପ୍ରୟାସ କରୁଛି। ଗାନ୍ଧୀଙ୍କ ଆଦର୍ଶ ରହିବ ନାଁ ଗଡ଼କରୀଙ୍କ ରହିବ ସେନେଇ ନିରଞ୍ଜନ ପ୍ରଶ୍ନ କରିଛନ୍ତି।